www.samajalive.in
Monday, December 8, 2025
27.1 C
Bhubaneswar

ଓଜନ ନିୟନ୍ତ୍ରଣ କରେ ଏହି ଜୁସ୍

ଆଜିକାଲିର ଯୁବପିଢିଙ୍କ ମଧ୍ୟରେ ମୋଟାପଣ ଏକ ଗୁରୁତର ସମସ୍ୟା ରୂପେ ଦେଖା ଯାଉଛି। ଅଧିକତଃ ଲୋକମାନେ ଶରୀରରେ ଚର୍ବି ଜମା ହୋଇଯିବା କାରଣରୁ ଅନେକ ଅସୁବିଧାର ସମ୍ମୁଖିନ ହୋଇଥାଆନ୍ତି। ମୋଟାପଣରୁ ମୁକ୍ତି ପାଇବା ପାଇଁ କିଛି ବ୍ୟକ୍ତି ବିଭିନ୍ନ ପ୍ରକାରର ଉପାୟ ଆପଣାଇ ଥାଆନ୍ତି। ତେବେ କାକୁଡି ଜୁସ ପିଇବା ଦ୍ବାରା ମୋଟାପଣ ସମସ୍ୟାରୁ ମୁକ୍ତି ମିଳିଥାଏ।

କାକୁଡି ଜୁସରେ ଫ୍ୟାଟ ଅଂଶ ନ ଥାଏ। ଏହି କାରଣରୁ ଆପଣ ନିଜ ଡାଏଟରେ କାକୁଡି ଜୁସକୁ ସାମିଲ କରିପାରିବେ। ବିଶେଷ କରି ଖାଲି ପେଟରେ କାକୁଡି ଜୁସ ପିଇବା ଦ୍ବାରା ଅନେକ ଲାଭ ମିଳିଥାଏ।

- Advertisement -

କାକୁଡି ଜୁସ  ପିଇବା ଦ୍ବାରା ମେଟାବୋଲିଜିମରେ ସଠିକ ଭାବେ ପରିବର୍ତ୍ତନ ଆସିଥାଏ। ଶରୀରରେ ମେଟାବୋଲିଜିମ ଠିକ ରହିଥିବାରୁ ଖାଦ୍ୟ ସଠିକ ଭାବେ ହଜମ ହୋଇଥାଏ।

କାକୁଡିରେ ପୋଟାସିୟମ, ଫାଇବର, ଭିଟାମିନ-ସି ଓ କେ, ମ୍ୟାଗ୍ନେସିୟମ ଓ ଭିଟାମିନ-ଏ ରିଛି। ଏହା ଶରୀରକୁ ପୋଷକ ତତ୍ତ୍ବ ଯୋଗାଇଥାଏ।

ଏଥିରେ ସୋଡିୟମ ନ ଥାଏ। ଏହାସହ କାକୁଡି ଜୁସରେ ପ୍ରାକୃତିକ ରୂପେ ଡାଇୟୁରେଟିକ ରହିଛି। ଏହା ଶରୀରରେ ଅଦରକାରୀ ଫ୍ୟାଟ ବା ଚର୍ବିକୁ ବୃଦ୍ଧି ହେବାକୁ ଦେଇ ନ ଥାଏ। ଏଥିପାଇଁ କାକୁଡି ଜୁସ ପିଇବା ଦ୍ବାରା ମୋଟାପଣର ସମସ୍ୟା ରହି ନ ଥାଏ। ଭୋକ ମଧ୍ୟ ଲାଗି ନ ଥାଏ।

ଓଜନ ନିୟନ୍ତ୍ରଣ ପାଇଁ ଉତ୍ତମ ଡାଏଟର ଆବଶ୍ୟକ ଥାଏ। ତେଣୁ ସର୍ବଦା ସତେଜ ଫଳ ଓ ଖାଦ୍ୟପାନୀୟ ସେବନ କରିବା ଉଚିତ।

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories