www.samajalive.in
Tuesday, December 9, 2025
17.1 C
Bhubaneswar

ଏହି ସମୟରେ କାକୁଡି ଖାଉଛନ୍ତି କି?

କାକୁଡିରେ ଭିଟାମିନ-କେ, ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ମସ୍ତିଷ୍କକୁ ସୁସ୍ଥ ରଖିଥାଏ। କିନ୍ତୁ ରାତିରେ କାକୁଡି ଖାଇବା ଅନୁଚିତ। ଆସନ୍ତୁ ଜାଣିବାର ଏହାର କାରଣ କ’ଣ ..
ରାତିରେ ଆମେ ଭୋଜନରେ ଅନେକ ଖାଦ୍ୟ ଖାଇଥାଉ। ତାହା ହଜମ ହେବା ପାଇଁ ଅନେକ ସମୟ ଲାଗିଥାଏ। ବେଳେବେଳେ ଅଧିକ ଖାଦ୍ୟ ଖାଇବା ଦ୍ୱାରା ନିଦ ଠିକ ଭାବେ ହୋଇନଥାଏ। ତେଣୁ ରାତିରେ ଗାଜର, କାକୁଡି ଖାଆନ୍ତୁ ନାହିଁ। ଏହା ସହଜରେ ହଜମ ହୋଇନଥାଏ। କାକୁଡିରେ ପାଣିର ମାତ୍ରା ଅଧିକ ରହିଛି। ତେଣୁ କାକୁଡି ଖାଇବା ଦ୍ୱାରା ପେଟ ଭର୍ତ୍ତି ହେଲା ପରି ଲାଗିଥାଏ। ନିଦ ହେବାରେ ମଧ୍ୟ ସମସ୍ୟା ଦେଖା ଦେଇଥାଏ।
ଯେଉଁ ବ୍ୟକ୍ତିମାନଙ୍କର ହଜମ ପ୍ରକ୍ରିୟାରେ ସମସ୍ୟା ରହିଥାଏ ସେମାନେ ରାତିରେ କାକୁଡି ଖାଇବା ଅନୁଚିତ। ଏହା ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ।
କାକୁଡି ଖାଇବାର ସଠିକ ନିୟମ :
ରାତି ଅପେକ୍ଷା କାକୁଡିକୁ ଦିନରେ ଖାଇବା ଉଚିତ। କାକୁଡି ଖାଇବା ସଙ୍ଗେ ସଙ୍ଗେ ପାଣି ପିଇବା ଅନୁଚିତ। କାରଣ କାକୁଡିରେ ସଠିକ ମାତ୍ରାରେ ପାଣି ରହିଛି। କାକୁଡି ଖାଇବା ପରେ ପାଣି ପିଇବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳିନଥାଏ।
କାକୁଡିକୁ ସର୍ବଦା ଖାଦ୍ୟ ଖାଇବାର ୨୦ ରୁ ୩୦ ମିନିଟ ପୂର୍ବରୁ ଖାଇବା ଉଚିତ।
ରାତିରେ ଭଲ ନିଦ ପାଇଁ ହାଲୁକା ଓ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଖାଆନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories