www.samajalive.in
Tuesday, December 9, 2025
15.1 C
Bhubaneswar

ଚତୁର୍ଥ ଥର ପାଇଁ ଆଇପିଏଲ ଟାଇଟଲ ଜିତିଲା ଚେନ୍ନଇ ସୁପର କିଙ୍ଗ୍‍ସ

ଦୁବାଇ: ଏଠାରେ ଅନୁଷ୍ଠିତ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‍ରେ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସକେ) ଟାଇଟଲ ବିଜୟ ହୋଇଛି । ଏହା ସିଏସକେ ପାଇଁ ଚତୁର୍ଥ ଆଇପିଏଲ ଟାଇଟଲ ବିଜୟ । ଶୁକ୍ରବାର ରାତିରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସିଏସକେ ତାହାର ପ୍ରତିପକ୍ଷ କୋଲକାତା ନାଇଟ ରାଇଡର୍ସ (କେକେଆର)କୁ ୨୭ ରନରେ ପରାସ୍ତ କରିବା ସହିତ ଏହି ଗୌରବର ଅଧିକାରୀ ହୋଇଛି । ଏହା ଏମ ଏସ ଧୋନିଙ୍କ ପାଇଁ ମଧ୍ୟ ଏକ ସ୍ମରଣୀୟ ବିଜୟ ହୋଇଛି । ଧୋନି ବାହିନୀ ଦୁବାଇରେ ଇଓନ ମୋରଗାନଙ୍କ ନେତୃତ୍ୱାଧୀନ କେକେଆର ନିକଟରେ ୧୯୩ ରନର ବିଜୟ ଲକ୍ଷ୍ୟ ରଖିଥିଲେ । ଏହାର ଜବାବରେ କେକେଆର ପକ୍ଷରୁ ଭେଙ୍କଟେଶ ଆୟର ଏବଂ ଶୁବମନ ଗିଲ୍‍ ମାତ୍ର ୭ ଓଭରରେ ବିନା ୱିକେଟ ହରାଇ ୫୯ ରନ୍‍ ସଂଗ୍ରହ କରିଥିଲେ । ଏହା ପରେ ଆୟର ତାଙ୍କର ଚତୁର୍ଥ ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଥିଲେ । ତେବେ ଶାର୍ଦୁଳ ଠାକୁରଙ୍କ ବଲରେ ତାଙ୍କୁ ପାଭିଲିଅନ ଫେରିବାକୁ ପଡିଥିଲା । ସେହି ସମାନ ଓଭରେ ସିଏସକେ ବୋଲରଙ୍କୁ ଆଉ ଏକ ସଫଳତା ମିଳିଥିଲା । ପରବର୍ତ୍ତୀ ଓଭରରେ ସିଏସକେର ଜୋଶ୍‍ ହାଜଲଉଡ୍‍ କେକେଆରର ସୁନିଲ ନାରିନେଙ୍କୁ ମାତ୍ର ୨ ରନ୍‍ରେ ଆଉଟ କରିଥିବାବେଳେ ଗିଲ୍‍ ୫୧ ରନ୍‍ କରି ଦୀପକ ଚହରଙ୍କ ଦ୍ୱାରା ଆଉଟ ହୋଇଯାଇଥିଲେ । ପରେ କେକେଆର ଆପ୍ରାଣ ଉଦ୍ୟମ କରି ମଧ୍ୟ ଧାର୍ଯ୍ୟ ରନ ସ୍କୋର କରିପାରିନଥିଲା । ଏହା ୨୦ ଓଭରରେ ୯ ୱିକେଟ ହରାଇ ୧୬୫ ରନରେ ସୀମିତ ରହିଯାଇଥିଲା । ସିଏସକେ ପକ୍ଷରୁ ଠାକୁର ୩ଟି ୱିକେଟ ହାସଲ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories