www.samajalive.in
Sunday, December 7, 2025
15.1 C
Bhubaneswar

ୟୁପି ଭଳି ଆସୁ ଗୁଣ୍ଡା ଦମନ ଆଇନ

ଭୁବନେଶ୍ବର/ସୁନ୍ଦରଗଡ଼: ଓଡ଼ିଶାରେ ସଂଗଠିତ ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ପ୍ରଭାବଶାଳୀ ଭାବରେ ରୋକିବା ପାଇଁ ୟୁପି ଗ୍ୟାଙ୍ଗଷ୍ଟର ଆଇନ ଭଳି ଓଡ଼ିଶା ଗ୍ୟାଙ୍ଗଷ୍ଟର ଏବଂ ଅସାମାଜିକ କାର୍ଯ୍ୟକଳାପ (ନିବାରଣ) ଆଇନ ପ୍ରଣୟନ କରାଯାଉ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପବାଚସ୍ପତି ଭବାନୀଶଙ୍କର ଭୋଇ ଏହି ପ୍ରସ୍ତାବ ଦେଇଛନ୍ତି। ଉପବାଚସ୍ପତି ତାଙ୍କ ପ୍ରସ୍ତାବରେ ଦର୍ଶାଇଛନ୍ତି ଯେ, ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସଂଗଠିତ ଅପରାଧ, ଗ୍ୟାଙ୍ଗ ଅପରେସନ ଏବଂ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇଛି। ସେହିପରି ଜମି ଦୁର୍ନୀତି, ଚାନ୍ଦା ଆଦାୟ, ସୁପାରି ହତ୍ୟା, ବେଆଇନ ଖଣି, ନିଶାଦ୍ରବ୍ୟ ଚାଲାଣ ଏବଂ ସମନ୍ୱିତ ଅପରାଧୀ ସିଣ୍ଡିକେଟ୍ ଭଳି ଘଟଣା କ୍ରମାଗତ ଭାବରେ ବଢ଼ିଛି। ଏହାର ମୁକାବିଲା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉତ୍ତର ପ୍ରଦେଶ ଗ୍ୟାଙ୍ଗଷ୍ଟର ଏବଂ ଅସାମାଜିକ କାର୍ଯ୍ୟକଳାପ (ନିବାରଣ) ଆଇନ, ୧୯୮୬
ପରି ଏକ ସ୍ବତନ୍ତ୍ର ଆଇନ ପ୍ରତିଷ୍ଠା କରିବାର ଦୃଢ଼ ଏବଂ ଜରୁରୀ ଆବଶ୍ୟକତା ରହିଛି। ଉପବାଚସ୍ପତି କହିଛନ୍ତି ଯେ, ଓଡ଼ିଶା ଗ୍ୟାଙ୍ଗଷ୍ଟର ଏବଂ ଅସାମାଜିକ କାର୍ଯ୍ୟକଳାପ (ନିବାରଣ) ଆଇନ ଆଣିବାକୁ ମୁଁ ପ୍ରସ୍ତାବ ଦେଇଛି। ଗୁଣ୍ଡାଗର୍ଦି ରୋକିବା ପାଇଁ ମହାରାଷ୍ଟ୍ର, ୟୁପି ଆଦି ରାଜ୍ୟରେ ଏହି ଆଇନ ରହିଛି। ଏହି ଆଇନ ଆସିଲେ ରାଜ୍ୟରେ ଗୁଣ୍ଡା ଏବଂ ଅସାମାଜିକଙ୍କ ଭୟ ରହିବ। ସହ ଗୁଣ୍ଡାଗର୍ଦି କମିବ। ଯାହା ନାଁରେ ୧୦ରୁ ଅଧିକ ମାମଲା ରହିଛି, ସେମାନେ ଜେଲ୍ ଯିବେ। ଜାମିନ ଶୀଘ୍ର ମିଳିପାରିବନି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories