www.samajalive.in
Monday, December 8, 2025
20.1 C
Bhubaneswar

ଜେଲ୍‍ ପରେ ବଡ଼ମେଡିକାଲରୁ ଦୁର୍ଦ୍ଦାନ୍ତ ‘ବାବୁ’ ଚମ୍ପଟ

ବ୍ରହ୍ମପୁର  : ଗଞ୍ଜାମ ପୁଲିସର ଏକ ବଡ଼ ବିଫଳତା ଆଜି ସାମ୍ନାକୁ ଆସିଛି। ପୂର୍ବରୁ ଜେଲ କାନ୍ଥ ଦେଇ ଚମ୍ପଟ ମାରିଥିବା ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାଇକ ଆଜି ବ୍ରହ୍ମପୁର ବଡମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ପୁଣି ଫେରାର ହେବାରେ ସକ୍ଷମ ହୋଇଛି। ବାବୁକୁ ଧରିବାକୁ ଏକ ପୁଲିସ ଟିମ୍‍ ଗଠନ ହୋଇଛି। ବଡ଼ମେଡିକାଲରେ ତାକୁ ଜଗୁଥିବା ୫ ଜଣ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଏହି ଘଟଣା ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଜିଲାରେ ଅପରାଧ ଦମନ ପାଇଁ ଗଞ୍ଜାମ ପୁଲିସର ଲଗାତାର ଏନକାଉଣ୍ଟରକୁ ଜବରଦସ୍ତ ଝଟକା ଲାଗିଛି।
ମିଳିଥିବା ସୂଚନାନୁସାରେ ଭଞ୍ଜନଗର ଥାନା ଅନ୍ତର୍ଗତ ଚାକୁଣ୍ଡାପଲ୍ଲୀର ବାବୁ ନାଇକ (୨୬) ଏକମାସ ତଳେ ଭଞ୍ଜନଗର ପୁଲିସ ଗୁଳିରେ ଏନକାଉଣ୍ଟରର ଶିକାର ହୋଇ ବ୍ରହ୍ମପୁର ବଡ଼ମେଡିକାଲର ନୂତନ ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସାଧୀନ ଥିଲା। ବାବୁର ଗୋଡରେ ଗୁଳି ବାଜିଥିବାରୁ ତାକୁ ପୁଲିସ ହେପାଜତରେ ରଖି ଚିକିତ୍ସା କରାଯାଉଥିଲା। ହେଲେ ଆଜି ଦିନ ବେଳେ ସେ ଚିକିତ୍ସାଧୀନ ହେଉଥିବା ୱାର୍ଡ ସମ୍ମୁଖରେ ପୁଲିସ କର୍ମଚାରୀ ଥିବା ସତ୍ତ୍ବେ କୌଶଳକ୍ରମେ ଚମ୍ପଟ ମାରିବାରେ ସଫଳ ହୋଇଥିଲା। ଏହି ଖବର ପ୍ରସାରିତ ହେବା ପରେ ଗଞ୍ଜାମ ପୁଲିସର ଚିନ୍ତା ବଢିଯାଇଛି। ବାବୁକୁ ଧରିବାକୁ ଏକ ଟିମ୍‍ ଗଠନ କରାଯାଇଛି ଏବଂ ତା’କୁ ଜଗୁଥିବା ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ଗଞ୍ଜାମ ଏସପି ବ୍ରିଜେଶ ରାୟ କହିଛନ୍ତି। ସୂଚନାଥାଉକି ଭଞ୍ଜନଗର, ଗାଙ୍ଗପୁର, ଜଗନ୍ନାଥପ୍ରସାଦ ଓ ବୁଗୁଡ଼ା ଅଞ୍ଚଳରେ ଲଗାତାର ଅପରାଧ ଘଟାଉଥିବା ବାବୁ କିଛି ମାସ ତଳେ ଗିରଫ ହୋଇ ଭଞ୍ଜନଗର ଜେଲରେ ବିଚାରାଧୀନ ବନ୍ଦୀ ଭାବେ କାଳ କାଟୁଥିଲା। ହେଲେ ଦୁଇମାସ ତଳେ ସେ ଜେଲ କାନ୍ଥ ଡେଇଁ ଫେରାର ହେବାରେ ସକ୍ଷମ ହୋଇଥିଲା। ଫେରାର ହେବାର ମାସେ ପରେ ନିଜ ସହଯୋଗୀ ସହ କୌଣସି ଅପରାଧ ଘଟାଇବାକୁ ଯାଉଥିବା ବେଳେ ଭଞ୍ଜନଗର ପୁଲିସ ହାବୁଡରେ ପଡ଼ିଥିଲା। ପୁଲିସଠାରୁ ବଞ୍ଚିବା ପାଇଁ ବାବୁ ଦ୍ରୁତ ଗତିରେ ଗାଡି ଚାଳନା କରୁଥିବା ବେଳେ ଭଞ୍ଜନଗର ବାଇପାସଠାରେ ଦୁର୍ଘଟଣାର ଶିକାର ହୋଇଥିଲା। ଦୁର୍ଘଟଣା ପରେ ବାବୁ ନିଜ ପାଖରେ ରଖିଥିବା ବୋମା ଫୁଟି ଯାଇଥିଲା। ପରେ ପୁଲିସ ତାକୁ ଏନକାଉଣ୍ଟର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ମେଡିକାଲକୁ ପଠାଇଥିଲା। ସେହିଦିନଠାରୁ ସେ ଏଠାରେ ଚିକିତ୍ସିତ ହେଉଥିଲା। ସୁସ୍ଥ ହେବା ପରେ ପୁଣି ଜେଲକୁ ନିଆଯିବାର ଯୋଜନା ରହିଥିଲା। ବାବୁ ଜଣେ ଚିରାଚରିତ ଅପରାଧୀ । ଗଞ୍ଜାମର ବିଭିନ୍ନ ଥାନାରେ ତା’ ନାମରେ ଚୋରି, ରାହାଜାନୀ, ଡକାୟତି, ହତ୍ୟା ଧମକ ଭଳି ୩୦ରୁ ଊର୍ଦ୍ଧ୍ବ ମାମଲା ରହିଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories