www.samajalive.in
Sunday, December 7, 2025
13.1 C
Bhubaneswar

ଖୁବ୍‍ଶିଘ୍ର କାର୍ଯ୍ୟକ୍ଷମ ହେବ ୧୦୦ ଶଯ୍ୟା ବିଶିଷ୍ଟ ବଡ଼ମ୍ବା କୋଭିଡ କେଆର ସେଣ୍ଟର

ବଡ଼ମ୍ବା : କଟକ ଜିଲା ବଡ଼ମ୍ବା ଏବଂ ନରସିଂହପୁର ବ୍ଲକରେ କରୋନା ମହାମାରୀ ନିୟନ୍ତ୍ରଣ ଏବଂ ସର୍ବେକ୍ଷଣ ମୁତାବକ ସଂକ୍ରମଣ ଆଶଙ୍କା ଥିବା ବ୍ୟକ୍ତିବିଶେଷଙ୍କ ଆଗୁଆ ସ୍ୱାସ୍ଥ୍ୟ ପରୀକ୍ଷା ତଥା କ୍ୱାରେଣ୍ଟାଇନ ବ୍ୟବସ୍ଥା ସହିତ ନବନିର୍ମିତ ୧୦୦ଶଯ୍ୟା ବିଶିଷ୍ଟ ବଡ଼ମ୍ବା କୋଭିଡ କେଆର ସେଣ୍ଟରରେ ଉନ୍ନତମାନର ଚିକିତ୍ସାସେବା ଯୋଗାଯିବା ଉପରେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଗୁରୁତ୍ୱାରୋପ କରିଛନ୍ତି।

ଗୁୁରୁବାର ବିଧାୟକ ଶ୍ରୀ ମିଶ୍ର ଚୁଡ଼ାନ୍ତ ପ୍ରସ୍ତୁତି ପଥେ ଥିବା ଜିଲାର ଦ୍ୱିତୀୟ ଗ୍ରାମାଞ୍ଚଳ ଭିତ୍ତିକ ସରକାରୀ କୋଭିଡ କେଆର ସେଣ୍ଟର ଭିତ୍ତିଭୂମିକୁ ପରିଦର୍ଶନ କରିବାସହ କରୋନା ପରିଚାଳନା ଏବଂ ସ୍ଥିତି ଉପରେ ବିଭାଗୀୟ ପଦାଧିକାରୀଙ୍କ ସହିତ ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକ କରିଥିଲେ। ଅନୁଷ୍ଠିତ ବୈଠକରେ ବଡ଼ମ୍ବା ବିଡିଓ ଉତ୍କଳରଞ୍ଜନ ଆଚାର୍ଯ୍ୟ , ତହସିଲଦାର ଅନୀଲକୁମାର ପଟ୍ଟନାୟକ, ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱନାଥ ଆଢେକ,ସହଯୋଗି ଅଧିକାରୀ ଡାକ୍ତର ଉଦୟଜ୍ୟୋତି ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ଅନସୂୟା ନାଏକ, ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ଏବିଡିଓ ଭରତକୁମାର ବେହେରା, ସହକାରୀ ଯନ୍ତ୍ରୀ ଅଶୋକ ଦାଶ, ଜନସ୍ୱାସ୍ଥ୍ୟ ଅଧିକାରୀ ଶରତଚନ୍ଦ୍ର ଖୁଣ୍ଟିଆ, ବିପିଏମ ରଶ୍ମିରଞ୍ଜନ ସ୍ୱାଇଁ, ସ୍ଥାନୀୟ ସରପଞ୍ଚ ସୁଧାଂଶୁକିଶୋର ମହାନ୍ତି, ସମିତିସଭ୍ୟ ମୁରଲୀଧର ମହାପାତ୍ର ପ୍ରମୁଖ ଅଞ୍ଚଳର ଅନେକ ନେତୃବର୍ଗ ଯୋଗଦେଇଥିଲେ।

- Advertisement -

ଉକ୍ତ ବୈଠକରେ ବର୍ତ୍ତମାନ ସୁଦ୍ଧା ଅଞ୍ଚଳକୁ ଆସିଥିବା ପ୍ରବାସୀ,ସେମାନଙ୍କର ସଙ୍ଗରୋଧ ଏବଂ ସ୍ୱାବ୍‍ ପରୀକ୍ଷା,କେତେ ସଂଖ୍ୟାରେ ସ୍ଥାନୀୟ ଏବଂ ସଙ୍ଗରୋଧ ଅନ୍ତେବାସୀ ସଂକ୍ରମିତ ହୋଇଛନ୍ତି ଏବଂ ସୁସ୍ଥ ହୋଇ ଫେରିଛନ୍ତି,ଗାଁ ଗାଁରେ କରାଯାଇଥିବା ସମନ୍ୱିତ ସର୍ବେକ୍ଷଣ ମୁତାବକ କେତେ ସଂଖ୍ୟାରେ କ୍ୟାନସର, କିଡ୍‍ନୀ, ଉଚ୍ଚ ରକ୍ତଚାପ, ମଧୂମେହ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭିତରେ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରେ କରୋନା ସଂକ୍ରମିତ ହେବା ଆଶଂକା କେତକଙ୍କଠାରେ ଅଛି ଆଦି ବିଭିନ୍ନ ଦିଗରୁ ବିଧାୟକ ଶ୍ରୀ ମିଶ୍ର ବିଭାଗୀୟ ଅଧିକାରୀଙ୍କୁ ତଥ୍ୟ ମାଗିଥିଲେ। ବଡ଼ମ୍ବା ତଥା ନରସିଂହପୁର ଅଞ୍ଚଳ କିଡ୍‍ନୀ ପ୍ରାଦୁର୍ଭାବ ଲାଗି ସମ୍ବେଦନଶୀଳ ହୋଇଥିବାରୁ ଏଭଳି ଶ୍ରେଣୀର ଲୋକଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା ଦିଗରେ ସ୍ୱାସ୍ଥ୍ୟବିଭାଗ ପୂର୍ବାନୁମାନ କରି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଧାୟକ ପରାମର୍ଶ ଦେଇଥିଲେ। ସେହିଭଳି ଆଗାମୀ ୧୦ ତାରିଖରୁ ହେବାକୁଥିବା ସେରୋ ଟେଷ୍ଟ(ଲୋକଙ୍କଠି ରୋଗପ୍ରତିରୋଧକ ଶକ୍ତି ଜାଣିବା ପରୀକ୍ଷା) ଖସଡ଼ା ସମ୍ପର୍କରେ ଉକ୍ତ ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥିବା ବେଳେ ଏହାକୁ ରାଣ୍ଡମଭାବେ ନକରି ଅଧିକ ପ୍ରଭାବିତ ତଥା ଆଶଂକାଥିବା ଅଞ୍ଚଳରେ ସାମଗ୍ରିକଭାବେ କରାଯିବା ଏବଂ ଆବଶ୍ୟକସ୍ଥଳେ ଅଧିକରୁ ଅଧିକ ଆଣ୍ଟିଜେନ ସ୍ୱାବ୍‍ ପରୀକ୍ଷା କରାଇବାକୁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories