www.samajalive.in
Monday, December 8, 2025
27.1 C
Bhubaneswar

ଆଉ ୨୪୨୩ କରୋନା ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ଵର : ରାଜ୍ୟରୁ ସୋମବାର ଆଉ ୨୪୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୪ ହଜାର ୬୬୨କୁ ବୃଦ୍ଧି ପାଇଛି। ଆଜି କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୪୧୭ ଓ ସ୍ଥାନୀୟ ଅଞ୍ଚଳରୁ ୧୦୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୩୦ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୫୯, ଅନୁଗୋଳରୁ ୨୨୯ ଓ ସୁନ୍ଦରଗଡ ୧୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ଵରରୁ ୪୨, ବରଗଡ଼ରୁ ୯୯, ଭଦ୍ରକରୁ ୬୭ ଓ ବଲାଙ୍ଗୀରରୁ ୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

- Advertisement -

ବୌଦ୍ଧରୁ  ୧୦, କଟକରୁ ୧୧୮, ଦେବଗଡରୁ ୧୭, ଢେଙ୍କାନାଳରୁ ୬୬,  ଗଜପତିରୁ ୭, ଗଞ୍ଜାମରୁ ୩୭, ଜଗତସିଂହପୁରରୁ ୮୪, ଯାଜପୁରରୁ ୯୭, ଝାରସୁଗୁଡାରୁ ୬୬, କଳାହାଣ୍ଡିରୁ ୫୭, କନ୍ଧମାଳରୁ ୩୫, କେନ୍ଦ୍ରାପଡାରୁ ୭୩, କେନ୍ଦୁଝରରୁ ୭୦, କୋରାପୁଟରୁ ୨୪ ଓ ମାଲକାନଗିରିରୁ ୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ମୟୁରଭଞ୍ଜରୁ ୧୨୮, ନବରଙ୍ଗପୁରରୁ ୨୮, ନୟାଗଡ଼ରୁ ୪୦, ନୂଆପଡାରୁ ୬୩,  ପୁରୀରୁ  ୭୩, ରାୟଗଡାରୁ ୧୦, ସମ୍ବଲପୁରରୁ ୬୦, ସୁବର୍ଣ୍ଣପୁରରୁ ୫୩ ଓ ଷ୍ଟେଟ ପୁଲରୁ ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତକାଲି ୩୩୪୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିବା ସହ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨,୨୭,୬୧୫କୁ ବୃଦ୍ଧି ପାଇଛି। ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ହଜାର ୯୫୪ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୧ ହଜାର୦୯୬ ନମୁନା ପରୀକ୍ଷା ସହ ଏଯାବତ ରାଜ୍ୟରେ ୩୭ଲକ୍ଷ ୯୬ ହଜାର୭୬୭ ନବୁନା ପରୀକ୍ଷା କରାଯାଇଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories