www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତରେ ପ୍ରାଣୀଙ୍କ ଉପରେ କୋଭାକ୍ସିନ୍‌ ଟୀକାର ପରୀକ୍ଷଣ ସଫଳ

ନୂଆଦିଲ୍ଲୀ: କୋରାନାକୁ ନେଇ ଆଶ୍ବସ୍ତିକର ଖବର। ପ୍ରାଇମେଟ୍‌ ବର୍ଗର ପ୍ରାଣୀଙ୍କ ଶରୀରରେ ସଫଳ ହୋଇଛି କୋଭିକ୍ସିନ୍। ଏହି ଭ୍ୟାକ୍‌ସିନ୍‌ ଆଇସିଏମ୍‌ଆର୍‌ ଏବଂ ଭାରତ ବାହାର କମ୍ପାନୀ ଦ୍ବାରା ପ୍ରସ୍ତୁତ ହୋଇଛି।
ଦେଶରେ କରୋନା ସ୍ଥିତି ଗୁରୁତର ହେଉଥିବାବେଳେ କରୋନା ଟୀକା ପରୀକ୍ଷଣଙ୍କୁ ନେଇ ଆସିଛି ଆଶ୍ବସ୍ତିକର ଖବର। କରୋନା ପାଇଁ ଭାରତରେ ପ୍ରସ୍ତୁତ ହେଉଥିବା କୋଭାକ୍ସିନ୍‌ ଟୀକାର ପ୍ରାଣୀଙ୍କ ଉପରେ ପରୀକ୍ଷଣ ସଫଳ ହୋଇଥିବା ଜଣାପଡ଼ିଛି। କୋଭାକ୍ସିନ୍‌ ଟୀକା ପ୍ରସ୍ତୁତ କରୁଥିବା ଭାରତ ବାୟୁଟେକ୍‌ ପକ୍ଷରୁ ଏ ନେଇ ଗତକାଲି ଘୋଷଣା କରାଯାଇଛି। ଭାରତରେ ପ୍ରାଇମେଟ୍‌ ବର୍ଗର ପ୍ରାଣୀଙ୍କ ଶରୀରରେ ଏହି ଟୀକା ପ୍ରୟୋଗ ଫଳପ୍ରଦ ହୋଇଛି ବୋଲି କମ୍ପାନୀ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି। ଆଇସିଏମ୍‌ଆର୍‌ ଏବଂ ଭାରତ ବାୟୋଟେକ୍‌ ଦ୍ବାରା ଭାରତର ୧୨ଟି ଅନୁଷ୍ଠାନରେ ଏହାର ପରୀକ୍ଷଣ କରାଯାଉଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଉତ୍ସାହଜନକ ରହିଥିବା ଜଣାପଡ଼ିଛି। ୪ଟି ଗ୍ରୁପ୍‌ରେ ଭାଗ କରି ମାଙ୍କଡ଼ ପ୍ରଜାତିର ୨୦ଟି ପ୍ରାଣୀଙ୍କ ଶରୀରରେ ୨ଡୋଜ୍‌ ବିଶିଷ୍ଟ ଟୀକାକରଣ ବ୍ୟବସ୍ଥା କରାଯାଇଥିଲା। ମାଙ୍କଡ଼ର ବଢୁଥିବା ନାକ, ଗଳା ଏବଂ ଫୁସ୍‌ଫୁସ୍‌ରେ ବଢୁଥିବା ସଂକ୍ରମଣକୁ ଏହି ଟୀକା ରୋକିବାରେ ସହାୟକ ହୋଇପାରିଛି ବୋଲି ଏଥିରେ କୁହାଯାଇଛି।
ସ୍ବାସ୍ଥ୍ୟ ବିଶେଷଜ୍ଞ ଡା.ନାରାୟଣ ମିଶ୍ର କହିଛନ୍ତି ଯେ ମାଙ୍କଡ଼ ପ୍ରଜାତିର ପ୍ରାଣୀଙ୍କ ଉପରେ କୋଭିକ୍ସିନ୍‌ ଟ୍ରାଏଲ୍‌ କରାଯାଇଛି। ୧୨ଟି ସେଣ୍ଟରରେ ଏହା ହେବ । ଏଥିରେ ସେଫ୍ଟି ଓ ଏଥିକାସି ଦେଖାଯାଛି। ସେହିପରି ଏହାକୁ ୪ଟି ଗ୍ରୁପ୍‌ରେ ଭାଗ କରାଯାଇଛି। ଗୋଟିଏ ଗ୍ରୁପ୍‌ରେ ୫ଟି ସ୍ଥାନରେ ଟ୍ରାଏଲ୍‌ ପରୀକ୍ଷଣ ହେଉଛି। ଗୋଟିଏ ଗ୍ରୁପ୍‌ରୁ ପ୍ଲାସିବ୍‌ ସହିତ ପ୍ରଥମରୁ ୧୪ ଦିନ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଭ୍ୟାକ୍‌ସିନ୍‌ ଦେଇଛନ୍ତି। ସେମାନେଙ୍କ ଶରୀରରେ ପ୍ରାୟ ୩ ସପ୍ତାହରେ ଇମ୍ୟୁନେଜେନେସିସ୍‌ ଓ ଆଇଜିପି ଯଥେଷ୍ଟ ପରିମାଣରେ ଆସି ଯାଉଛି, ଯାହା ଏହି ଭାଇରାଲ୍‌ ଆଣ୍ଟିଜେନ୍‌କୁ ନ୍ୟୁଟ୍ରାଲାଇଜ୍‌ କରିପାରିବ। ଏହାସହିତ ସେଫ୍ଟି ଭାଗ ମଧ୍ୟ ଭଲ ରହିଛି। ଯେଉଁ ପ୍ରାଣୀମାନଙ୍କୁ କୋଭିଡ୍‌-୧୯ ଭୂତାଣୁ ଯାଉଛି ସେଗୁଡ଼ିକୁ ମଧ୍ୟ ୭ଦିନ ମଧ୍ୟ ଏହି ଭ୍ୟାକ୍ସିନ୍‌ ସଫା କରି ଦେଉଛି। ଏହା ନିଶ୍ଚିତ ଭାବେ ଉତ୍ସାହଜନକ ବୋଲି କୁହାଯାଇପାରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories