www.samajalive.in
Monday, December 8, 2025
20.1 C
Bhubaneswar

ରାହୁଲଙ୍କୁ ମିଳିଲା ଜାମିନ୍‍ ; କହିଲେ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା

ଅହମ୍ମଦାବାଦ : ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଅହମ୍ମଦାବାଦ ଅଦାଲତ ଶୁକ୍ରବାର ଜାମିନ୍‍ ପ୍ରଦାନ କରିଛନ୍ତି । ରାହୁଲ ଦୋଷୀ ନୁହନ୍ତି ବୋଲି କୋର୍ଟରେ କହିବା ପରେ ତାଙ୍କୁ ଜାମିନ୍‍ ଦିଆଯାଇଛି । ଅହମ୍ମଦାବାଦ ଜିଲ୍ଲା ସମବାୟ ବ୍ୟାଙ୍କ ଏବଂ ବ୍ୟାଙ୍କର ଅଧ୍ୟକ୍ଷ ଅଜୟ ପଟେଲ ତାଙ୍କ ବିରୁଦ୍ଧରେ ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ। ୨୦୧୬ ନଭେମ୍ବର ୮ତାରିଖରେ ବିମୁଦ୍ରାୟନ ଘୋଷଣା ହେବାର ପାଞ୍ଚ ଦିନ ମଧ୍ୟରେ ଅହମ୍ମଦାବାଦ ଜିଲ୍ଲା ସମବାୟ ବ୍ୟାଙ୍କ ୭୫୦ କୋଟି ଅଚଳ ଟଙ୍କାକୁ ସଚଳ କରିଥିବା ରାହୁଲ ଅଭିଯୋଗ କରିଥିଲେ। ଅତିରିକ୍ତ ମୁଖ୍ୟ ମେଟ୍ରୋ ପଲିଟାନ୍‍ ମାଜିଷ୍ଟ୍ରେଟ୍‍ ରାହୁଲଙ୍କୁ କହିଥିଲେ, ତାଙ୍କ ବିରୁଦ୍ଧରେ ଆଗତ ଅଭିଯୋଗ ସତ୍ୟ କି ? ଏହାର ଜବାବରେ ରାହୁଲ କହିଥିଲେ ଯେ ଏହା ସମ୍ପୂର୍ଣ୍ଣ ମିଥ୍ୟା। ଏହା ପରେ ତାଙ୍କ ଓକିଲ ଜାମିନ୍‍ ଆବେଦନ ଦାଖଲ କରିଥିଲେ ଏବଂ ଜାମିନ୍‍ ଆବେଦନକୁ ମଞ୍ଜୁର କରାଯାଇଥିଲା।
ସୂଚନାଯୋଗ୍ୟ, ସେହି ବ୍ୟାଙ୍କରେ ଅଚଳ ହୋଇଥିବା ପାଞ୍ଚ ଶହ ଓ ହଜାରେ ଟଙ୍କିଆ ନୋଟ୍‍ ବିପୁଳ ପରିମାଣରେ ଜମା ହୋଇଥିବା ନେଇ ରାହୁଲ ଗାନ୍ଧୀ ବିବୃତ୍ତି ଦେଇଥିଲେ ଓ ସାମାଜିକ ଗଣମାଧ୍ୟମରେ ଲେଖାମାନ ପ୍ରକାଶ କରିଥିଲେ । ବିଜେପି ସଭାପତି ଅମିତ ଶାହା ସେହି ବ୍ୟାଙ୍କର ଜଣେ ନିର୍ଦ୍ଦେଶକ ଅଛନ୍ତି । କଂଗ୍ରେସ ମୁଖପାତ୍ର ରଣଜିତ ସୂରଜୱାଲାଙ୍କୁ ମଧ୍ୟ ମାମଲାରେ ଅଭିଯୁକ୍ତ କରାଯାଇଛି । ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍‍ ମାଜିଷ୍ଟ୍ରେଟଙ୍କ ଅଦାଲତ ସାକ୍ଷୀମାନଙ୍କର ବୟାନ ଶୁଣିବା ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଏକ ମାନହାନୀ ମୋକଦ୍ଦମା ବୋଲି ଦର୍ଶାଇଥିଲେ। ତେବେ ପରେ ମାମଲାର ଶୁଣାଣି କରି ଅଦାଲତ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories