www.samajalive.in
Sunday, December 7, 2025
15.1 C
Bhubaneswar

‘ପିଚ୍‌କୁ ଦୋଷ ନ ଦେଇ ସ୍ପିନ୍‌କୁ ମୁକାବିଲା କର’

ନୂଆଦିଲ୍ଲୀ : ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଇନିଂସ ୧୩୨ରନରେ ଭାରତ ନିକଟରୁ ପରାଜିତ ହୋଇଛି। ସ୍ପିନ ଉପଯୋଗୀ ପିଚରେ ବିଶ୍ବର ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ ମାନେ ଧରାଶାୟୀ ହୋଇଥିଲେ। ଭାରତରେ ଅତ୍ୟାଧିକ ସ୍ପିନ ଉପଯୋଗୀ ପିଚ୍‌ ପ୍ରସ୍ତୁତିକୁ ଦୋଷ ଦେଇ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନମାନେ ଏବେ ସମାଲୋଚନାର ଶିକାର ହୋଇଛନ୍ତି। ଏଭଳି ପ୍ରଦର୍ଶନ ଲାଗି ଅଷ୍ଟ୍ରେଲୀୟ ଗଣମାଧ୍ୟମ ଜାତୀୟ ଦଳକୁ ସମାଲୋଚନା କରିବାରେ ପଛାଇ ନାହିଁ। ଅଷ୍ଟ୍ରେଲିଆ ଗଣମାଧ୍ୟମ ପ୍ୟାଟ୍‌ କମିନ୍‌ସଙ୍କ ନେତୃତ୍ବାଧିନ ଦଳକୁ ସମାଲୋଚନା କରିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୭୭ ଓ ଦ୍ବିିତୀୟ ଇନିଂସରେ ୯୧ରନ କରିଥିଲା। ସ୍ପିନ ଉପଯୋଗୀ ପିଚରେ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ବିନ ଉଭୟ ଇନିଂସରେ ୧୫ଟି ୱିକେଟ ନେଇ ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସ୍ପିନରଙ୍କୁ ସୁହାଉଥିବା ପିଚରେ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ ବିଫଳ ହୋଇଥିବାବେଳେ ଭାରତ କିଭଳି ସଫଳ ହେଲା ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ ନିକଟରେ ମଧ୍ୟ ଦୁଇଜଣ ପ୍ରମୁଖ ସ୍ପିନର ରହିଥିଲେ। ଏହା ପରେ ଭାରତ ପ୍ରଥମ ଇନିଂସରେ କିଭଳି ଉକ୍ତ ପିଚରେ ୪୦୦ରନ କରିପାରିଲା। ଏହାକୁ ନେଇ ଅଷ୍ଟ୍ରେଲିଆ ଗଣମାଧ୍ୟମ କମିନ୍‌ସଙ୍କ ଦଳକୁ ସମାଲୋଚନା କରିଛି। ପ୍ରତିକୂଳ ପରିସ୍ଥିତି ସହ ଖେଳୁଥିବା ଦଳ ହିଁ ଶ୍ରେଷ୍ଠ। ଯେଉଁ ସ୍ଥାନ ହେଉ ମଧ୍ୟ ପିଚ୍‌ ଉପଯୋଗୀ ଅନୁଯାୟୀ ଖେଳିବାକୁ ପଡିବ। ପିଚ୍‌ ଦୋଷ ଦେବା ଅପେକ୍ଷା ଖରାପ ବ୍ୟାଟିଂକୁ ଦାୟୀ କରିବା ଆବଶ୍ୟକ ବୋଲି ଅଷ୍ଟ୍ରେଲିଆ ଗଣମାଧ୍ୟମ ପ୍ରକାଶ କରିଛି। ସ୍ପିନରଙ୍କୁ କିଭଳି ଭାବେ ଖେଳିବାକୁ ହେବ ସେ ନେଇ ଦଳକୁ ପୂର୍ବରୁ ରଣନୀତି କରିବାର ଆବଶ୍ୟକତା ରହିଛି। ମୋଟ ଉପରେ ଭାରତୀୟ ସ୍ପିନରଙ୍କୁ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ ଭୟ କରୁଛନ୍ତି ବୋଲି ଅଷ୍ଟ୍ରେଲିଆ ଗଣମାଧ୍ୟମ ଖବର ପ୍ରକାଶ କରିଛି। ସେହିପରି ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଇୟାନ ଚାପେଲ କହିଛନ୍ତି ଯେ, ନାଗପୁର ପିଚ୍‌ ଖେଳିବାରେ ସେଭଳି କିଛି ଅସମ୍ଭବ ନଥିଲା। ନାଲି ମାଟି ଯୁକ୍ତ ନାଗପୁର ପିଚରେ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ ବିଫଳ ହୋଇଥିଲେ। ଭାରତୀୟ ବ୍ୟାଟ୍‌ସମ୍ୟାନ ଉକ୍ତ ପିଚରେ ଅଷ୍ଟ୍ରେଲୀୟ ସ୍ପିନରଙ୍କୁ ସାମ୍ନା କରି ମଧ୍ୟ ରନ କରିଥିଲେ। ଏଭଳି ସ୍ଥିତିରେ ପିଚକୁ ଦୋଷ ଦେବା ଗ୍ରହଣୀୟ ନୁହେଁ ବୋଲି ଚାପେଲ କହିଛନ୍ତି। ସୂଚନାଯୋଗ୍ୟ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ୩ ଦିନରେ ଶେଷ ହୋଇଯାଇଥିଲା। ଅଷ୍ଟ୍ରେଲିଆ ଇନିଂସ ୧୩୨ରନରେ ଭାରତ ନିକଟରୁ ପରାଜିତ ହୋଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories