www.samajalive.in
Monday, December 8, 2025
13.1 C
Bhubaneswar

ଯେଉଁଠି ରୋଗୀ ସଂଖ୍ୟା ଅଧିକ, ସେଠାରେ ଜାରି ରହିବ ଲକଡ଼ାଉନ୍ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ କରେନା ରୋଗୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲଗିଛି। ଏନେଇ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ତାଲାବନ୍ଦ ଖୋଲିବା ବିଷୟରେ ଆଲୋଚନା କରି କହିଛନ୍ତି ଯେ, ଏହା ଉପରେ ଏକ ନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ଯେଉଁଥିରେ ରାଜ୍ୟ ସରକାରଙ୍କୁ ବିସ୍ତୃତ ଭାବେ କାର୍ୟ୍ୟ କରିବାକୁ ପଡ଼ିବ।
ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରମାନେ ଲକଡ଼ାଉନକୁ ନେଇ ନୀତି ପ୍ରସ୍ତୁତ କରିବା ଉଚିତ ଏବଂ ରେଡ୍, ଗ୍ରୀନ୍ ଏବଂ ଅରେଞ୍ଜ ଜୋନରେ ଥିବା ଅଞ୍ଚଳରେ ତାଲାବନ୍ଦ ଅବଧିକୁ ବୃଦ୍ଧି କରିବା ଆବଶ୍ୟକ। ଯେଉଁ ରାଜ୍ୟରେ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ସେଠାରେ ତାଲାବନ୍ଦ(ଲକ୍ ଡ଼ାଉନ୍) ଜାରି ରହିବ। ଯେଉଁଠାରେ ପଜିଟିଭ୍ ସଂଖ୍ୟା କମ୍ ରହିଛି ସେହି ଗୁଡିକରୁ ଲକଡ଼ାଉନ୍ ଉଠାଯିବ। ଅର୍ଥନୀତିକୁ ନେଇ ଚିନ୍ତା ନ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories