www.samajalive.in
Monday, December 8, 2025
20.1 C
Bhubaneswar

କରୋନା ପ୍ରଭାବ: ୫୪ ନିୟୁତ‌ ଆମେରିକୀୟ ଭୋକିଲା, ୪୦ ନିୟୁତ ବେକାର

ନ୍ୟୁୟର୍କ: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ବିଶ୍ବ ଲଢେଇ କରୁଛି। ପ୍ରତିଦିନ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏହାକୁ ରୋକିବା ପାଇଁ ବିଭିନ୍ନ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ବିଭିନ୍ନ କ୍ଷେତ୍ରରେ କଟକଣା ଜାରି ରହିଛି। ଏହା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି। ଲୋକେ କାମଧନ୍ଦା ନ ପାଇବା ଏବଂ ମାସକୁ କମ୍‌ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ କରୋନା ମହାମାରୀ ବିପଦ ସୃଷ୍ଟି କରିଛି। ଦୀର୍ଘଦିନ ଧରି ଏଭଳି ପ୍ରକ୍ରିୟା ଜାରି ରହିବାରୁ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବାବେଳେ ଖାଦ୍ୟପାନୀୟରେ ଘୋର ଅଭାବ ଦେଖାଦେଇଛି। ସମଗ୍ର ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆମେରିକାରେ ଉଦ୍‌ବେଗଜନକ ପରିସ୍ଥିତି ରହିଛି। ସେହିପରି କରେନା କଟକଣା ଯୋଗୁ ୫୪ ନିୟୁତ ଆମେରିକୀୟ ଭୋକିଲା ରହିଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି।

- Advertisement -

୧୦ ମିଲିୟନ୍‌ ଲୋକ ସେମାନଙ୍କ ପରିବାର ପାଇଁ ଖାଦ୍ୟସାମଗ୍ରୀ କିଣିବାକୁ ସମର୍ଥ ନୁହନ୍ତି। କରୋନା ସଟ୍‌ଡାଉନ୍‌ ଦେଶର ଅଥନୀତିରେ ବେଶ୍‌ ପ୍ରଭାବ ପଡ଼ିଛି। ଆମେରିକାରେ ଚାକିରି ହରାଇ ୪୦ମିଲିୟନ୍ ଲୋକ ବେକାରୀ ହୋଇଛନ୍ତି। ଫୁଡ୍‌ ବ୍ୟାଙ୍କ ଓ ଫୁଡ୍‌ ଷ୍ଟାମ୍ପ୍‌ର ସହାୟତା ମିଳି ନ ଥିବାରୁ ଆମେରିକାରେ ୫୪ ମିଲିୟନ୍‌ ଲୋକ ଭୋକିଲା ରହିଛନ୍ତି ବୋଲି ନ୍ୟାସ୍‌ନାଲ୍‌ ଫୁଡ୍‌ ବ୍ୟାଙ୍କ ନେଟ୍‌ୱାର୍କ ଫିଡିଂ ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି।


କରୋନା ମହାମାରୀ ଯୋଗୁ ଆମେରିକାରେ ଖାଦ୍ୟ ସଙ୍କଟ ଦେଖାଦେଇଛି। ଦୈନନ୍ଦିନ ଜୀବନ ଅତିବାହିତ କରିବା ପାଇଁ ବହୁ ଲୋକଙ୍କ ନିକଟରେ ଖାଦ୍ୟ ନାହିଁ। ଆମେରିକା ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ଖାଦ୍ୟ ନିରାପତ୍ତା ଲାଗି ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଅନେକ ରାଜ୍ୟରେ ତାହା ସୁରକ୍ଷିତ କରାଇପାରୁନାହିଁ। ଏହାଦ୍ବାରା ଆଲାବାମା, ମିସିସିପ୍ପି, ନ୍ୟୁମେକ୍ସିକୋ, ଟେକ୍ସାସ୍ ଓ ଟେନ୍‌ନେସ୍ସି ଆଦି ରାଜ୍ୟରେ ୧୧ ମିଲିୟନ୍‌ ଲୋକଙ୍କ ମଧ୍ୟରେ ଖାଦ୍ୟାଭାବ ସମସ୍ୟା ଦେଖାଦେଇଛି। କରୋନା ମହାମାରୀ ପ୍ରଭାବ ଯୋଗୁ ଲୋକଙ୍କ ଜୀବନ ଜୀବୀକା ଓ ଦେଶର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡ଼ିବ। ବିଭନ୍ନ ରାଜ୍ୟରେ ଖାଦ୍ୟ ସମସ୍ୟା ଦେଖାଦେବ ଓ ବହୁ ଲୋକ ଭୋକିଲା ରହିବେ। ଏଭଳି କଠିନ ପରିସ୍ଥିତି ଅତିକ୍ରମ କରିବା ପାଇଁ ସମୟ ଲାଗିବ। ତେବେ କଠିନ ପରିସ୍ଥିତିରେ ଜୀବନ ଅତିବାହିତ କରିବା ନେଇ ଲୋକେ ଅଭ୍ୟାସ ଜାରି ରଖିବା ଉଚିତ ବୋଲି ଫିଡିଂ ଆମେରିକା ସିଇଓ କ୍ଲାରେ ବବିନକ୍ସ ଫଣ୍ଟେନୋଟ୍‌ ପ୍ରକାଶ କରିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories