www.samajalive.in
Sunday, December 7, 2025
15.1 C
Bhubaneswar

କରୋନା ନିରାକରଣ ପାଇଁ ଜିଲାପାଳଙ୍କ ସମୀକ୍ଷା ବୈଠକ

ବେଗୁନିଆ: ବେଗୁନିଆ ବ୍ଲକ ଭିସି ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲାପାଳଙ୍କ ଦ୍ୱାରା କୋଭିଡ-୧୯ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକର ସମସ୍ତ ୨୧ଟି ପଞ୍ଚାୟତର ସରପଞ୍ଚମାନେ ଦୁଇଟି ପର୍ଯ୍ୟାୟରେ ଏହି ବୈଠକରେ ଯୋଗ ଦେଇଥିଲେ। ସମୀକ୍ଷା ବୈଠକରେ ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ ଓ କରୋନା ପରୀକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସଚେତନତା କାର୍ୟ୍ୟକ୍ରମ ମାଧ୍ୟମରେ ବ୍ୟାପକ ଭାବେ ଏହାର ବହୁଳ ପ୍ରଚାର ଏବଂ ପ୍ରସାର କରିବା ନିମିତ୍ତ ସରପଞ୍ଚମାନେ ମତ ପ୍ରକାଶ କରିଥିଲେ। ଗ୍ରାମମାନଙ୍କରେ ଗଠିତ କୋଭିଡ ପରିଚାଳନା କମିଟିର ସଦସ୍ୟ ଯଥା ଶିକ୍ଷକ/ଶିକ୍ଷୟିତ୍ରୀ, ଆଶା, ଅଙ୍ଗନବାଡି କର୍ମୀ, ୱାର୍ଡ ସଭ୍ୟ ଓ ଅନ୍ୟାନ୍ୟ ମୁରବୀ ସ୍ଥାନୀୟ ବ୍ୟକ୍ତି ଘର ଘର ବୁଲି ଜନସାଧାରଣଙ୍କୁ ଠିକ ଭାବରେ ପରୀକ୍ଷା ନିମିତ୍ତ ପ୍ରବର୍ତାଇଲେ ପରୀକ୍ଷଣ ଠିକ ସମୟରେ ହୋଇପାରିବ। ଏଥିନିମିତ୍ତ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ସମସ୍ତେ ଚେଷ୍ଟା କଲେ କରୋନା ଭୁତାଣୁର ସଠିକ ମୁକାବିଲା କରିହେବ ବୋଲି ପ୍ରକାଶ କରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସ୍ୱତନ୍ତ୍ର )ଙ୍କ ପ୍ରାଧୀକୃତ ଅଧିକାରୀ ରଶ୍ମିରଂଜନ ରାଉତ ଅଧ୍ୟକ୍ଷତା କରିଥିଲେ। ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦେବାଶିଷ ସାହୁ ବୈଠକକୁ ପରିଚାଳନା କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories