www.samajalive.in
Monday, December 8, 2025
20.1 C
Bhubaneswar

କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ସ୍ଥରରେ ଯୋଜନା ପାଇଁ କେନ୍ଦ୍ରର ଗୁରୁତ୍ୱ

କୋଭିଡ୍‍ ୧୯ର ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଯୋଜନା ଅଧୀନରେ ରାଜ୍ୟଗୁଡ଼ିକୁ ଜରୁରୀକାଳୀନ କାର୍ଯ୍ୟାନୁଷ୍ଠାନ କେନ୍ଦ୍ର ସ୍ଥାପନ କରିବା ପାଇଁ କୁହାଯାଇଛି। ଏହି କେନ୍ଦ୍ରଗୁଡ଼ିକ ଭୂତାଣୁର ସଂକ୍ରମଣ ଓ ବୃଦ୍ଧି ଆଦି ବିଷୟ ଉପରେ ଦିନରାତି ୨୪ ଘଣ୍ଟା ଦୃଷ୍ଟି ରଖିବେ। ଅଞ୍ଚଳ ଭିତ୍ତିରେ ମାମଲାଗୁଡ଼ିକୁ ମ୍ୟାପିଂ କରିବା ଓ କଣ୍ଟେନ୍‍ମେଣ୍ଟ ଜୋନ୍‍ ଗଠନ କରିବା ଆଦି ବିଷୟରେ ନିଷ୍ପତ୍ତି ନେବେ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, କୋଭିଡ୍‍ ନିୟନ୍ତ୍ରଣ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବା ଦିଗରେ ସେମାନେ ଯତ୍ନବାନ ହେବାର ଆବଶ୍ୟକତା ରହିଛି।

- Advertisement -

ନିର୍ବାଚିତ ପ୍ରତିନିଧି, ସ୍ଥାନୀୟ ନେତା ଓ ବ୍ୟକ୍ତିବିଶେଷଙ୍କ ଜରିଆରେ ଲୋକମାନଙ୍କୁ ସଚେତନ କରିବାପାଇଁ ଏଦିଗରେ ମଧ୍ୟ ଏହି କେନ୍ଦ୍ରଗୁଡ଼ିକ ପଦକ୍ଷେପ ନେବେ। ମୃତ୍ୟୁହାର ମାମଲାଗୁଡ଼ିକୁ ପରୀକ୍ଷା କରିବା, ସ୍ଥାନୀୟ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବା ଓ ଅଧିକ ମୃତ୍ୟୁବରଣ କରୁଥିବା ଡାକ୍ତରଖାନାଗୁଡ଼ିକୁ ଚିହ୍ନଟ କରି ମୃତ୍ୟୁସଂଖ୍ୟା ହ୍ରାସ କରିବା ଦିଗରେ ରାଜ୍ୟଗୁଡ଼ିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories