www.samajalive.in
Tuesday, December 9, 2025
16.1 C
Bhubaneswar

ହୃଦରୋଗୀଙ୍କ ପାଇଁ କରୋନା ସବୁଠୁ ପ୍ରାଣଘାତୀ: ଚେତାବନୀ ଦେଲେ ଆମେରିକୀୟ ଗବେଷକ

ୱାଶିଂଟନ : କରୋନା ଭୂତାଣୁ ଜନିତ ରୋଗ ବିଶ୍ବରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ଏହା ହୃଦରୋଗ ଆଶଙ୍କା ବଢ଼ାଇବ ବୋଲି ବୈଜ୍ଞାନିକମାନେ ସତର୍କ କରାଇଛନ୍ତି । କରୋନା ପୀଡିତଙ୍କ ଚିକିତ୍ସା ହୃଦରୋଗୀ ବ୍ୟବହାର କରୁଥିବା ଔଷଧ ସହ ପ୍ରତିକ୍ରିୟା ଯୋଗୁ ହୃଦ୍‌ଘାତ ଆଶଙ୍କା ରହିଥିବା ଆମେରିକା ଭର୍ଜିନିଆ ବିଶ୍ବବିଦ୍ୟାଳୟର ଗବେଷକମାନେ କହିଛନ୍ତି।

ଆମେରିକାରୁ ପ୍ରକାଶିତ ପତ୍ରିକା ଏମରଜେନ୍ସି ମେଡିସିନରେ ଏ ସଂପର୍କରେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ କରୋନା ପୀଡିତ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଭୋଗୁଛନ୍ତି ଆକଳନ କରାଯାଇ ଚିକିତ୍ସା କରାଯାଉଛି। ମାତ୍ର ହୃଦରୋଗ ସମସ୍ୟା ଉପରେ କମ୍‌ କୁହାଯାଉଛି । ଯାହାକି ପୀଡିତକୁ ମୃତ୍ୟୁମୁଖରେ ପକାଇପାରେ। କରୋନା ଭୂତାଣୁ ଯୋଗୁ ଶରୀର ବିଶେଷ କରି ହୃଦୟ ପ୍ରଭାବିତ ହୋଇଥାଏ ବୋଲି ଗବେଷକ ୱିଲିୟମ ବ୍ରାଡୀ କହିଛନ୍ତି।

- Advertisement -

ଏକ ରିପୋର୍ଟରୁ ଜଣାପଡିଛି ଯେ ୨୪ ପ୍ରତିଶତ କୋଭିଡ ପୀଡିତଙ୍କ ମୃତ୍ୟୁ ହୃଦ ଜନିତ ରୋଗ କାରଣରୁ ହୋଇଛି। ହୃଦରୋଗ ଜନିତ କାରଣରୁ କିମ୍ବା କରୋନା ଭୂତାଣୁ ହୃଦରୋଗୀକୁ ଅଧିକ ବିବଶ କରିବା ଯୋଗୁ ଏଭଳି ଅଘଟଣ ଘଟୁଛି, ସେ ସଂପର୍କରେ କିଛି ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ଗବେଷଣାରୁ ଜଣାପଡିଛି ଯେ କୋଭିଡ ଯୋଗୁ ପୀଡିତ ଶରୀରରେ ଜ୍ବଳନ ହୋଇଥାଏ। ତା’ଛଡା ଫାଟି ପ୍ଲେକ ଯୋଗୁ ତିଆରି ହେଉଥିବାରୁ ରକ୍ତ ପ୍ରବାହରେ ସମସ୍ୟା ସୃଷ୍ଟି ହୋଇଥାଏ। ଯାହା ହୃଦ୍‌ଘାତ କରାଇଥାଏ। କୋଭିଡ ପୀଡିତଙ୍କୁ ଦିଆଯାଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ ରୋଗ ନିୟନ୍ତ୍ରଣରେ ସହାୟକ ହେଉଥିଲେ ହେଁ ହୃଦ୍‌ରୋଗ ବୃଦ୍ଧି ସମ୍ଭାବନା ରହିଛି। ସେହିପରି ରେମଡିସଭିର ମଧ୍ୟ ନିମ୍ନ ରକ୍ତଚାପ ସହ ହୃଦଘାତ କରିପାରେ ବୋଲି ଗବେଷକମାନେ କହିଛନ୍ତି। କୋଭିଡ ଚିକିତ୍ସାର ଖରାଫ ପ୍ରଭାବ ପୀଡିତ ଶରୀରର ଅନ୍ୟାନ୍ୟ ଅଙ୍ଗ ଉପରେ  ମଧ୍ୟ ପଡିବା ଆଶଙ୍କା କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories