www.samajalive.in
Monday, December 8, 2025
27.1 C
Bhubaneswar

କଲମପୁର ୭୨ ଘଣ୍ଟା ସଟଡାଉନ

କଲମପୁର : କଲମପୁର ଅଂଚଳରୁ ପୁଣି ଜଣେ କରୋନା ଭୂତାଣୁରେ ସଂକ୍ରମିତ ଯୁବକ ଚିହ୍ନଟ ହେଇଛନ୍ତି। ସଂପୃକ୍ତ ଯୁବକ ଜଣକ ଭବାନିପାଟଣାର ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। କଲମପୁର ଅଞ୍ଚଳର ଏହା ପ୍ରଥମ ବ୍ୟକ୍ତି ଯିଏକି ସ୍ଥାନୀୟ ଅଞ୍ଚଳରୁ କରୋନା ଭୁତାଣୁ ସଂକ୍ରମିତ ହେଇଥିବା ଚିହ୍ନଟ ହେଇଛନ୍ତି। ସେ ଏକ ଦୋକାନ କରିଥିବାରୁ ଗତ ସପ୍ତାହକ ମଧ୍ୟରେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି। ସଂପୃକ୍ତ ଯୁବକ ଜଣକଙ୍କ କୋଭିଡ ଟେଷ୍ଟ ପରେ ତୁରନ୍ତ ତାଙ୍କୁ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏହାସହ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ପରୀକ୍ଷା କରାଯାଇଥିଲେ ମଧ୍ୟ ସମସ୍ତଙ୍କ ନେଗେଟିଭ୍‍ ଆସିଥିବା କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସୂଚନା ମିଳିଛି। ଏହାସହ ସଂପୃକ୍ତ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଲୋକଙ୍କୁ ଚିହ୍ନଟ କରାଯାଇ ଦୁଇ ଦିନ ମଧ୍ୟରେ ପରୀକ୍ଷା କରାଯିବ। ଅନ୍ୟପଟେ ବ୍ଲକ ପ୍ରଶାସନ ପରାମର୍ଶ କ୍ରମେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ କେବଳ ଔଷଧ ଦୋକାନ ଓ କୃଷି ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ୭୨ ଘଣ୍ଟା ପାଇଁ ବନ୍ଦ କରାଯିବା ନେଇ କଲମପୁର ପଂଚାୟତ ତରଫରୁ ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଟାନ ସବୁ ବନ୍ଦ ରହିବା ପାଇଁ କୁହାଯାଇଛି। ଏହାସହ ସଂପୃକ୍ତ ଯୁବକଙ୍କ ଅଂଚଳର ସମସ୍ତ ଯାତାୟତ ପଥକୁ ସିଲ କରାଯାଇଛି। କେହି ବ୍ୟକ୍ତି ଏହି ସମୟ ମଧ୍ୟରେ ପଦାକୁ ନବାହାରିବା ପାଇଁ ତାଗିଦ କରାଯାଇଛି। ଏହି ୭୨ ଘଣ୍ଟା ମଧ୍ୟରେ ସ୍ୱାଧୀନତା ଦିବସ ପାଳନ ପାଇଁ ୧୫ ତାରିଖ ଦିନ ସକାଳ ୭ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସଟଡାଉନ୍ ଆଇନ୍ କୋହଳ କରାଯାଇଥିବା ସୂଚନା ଦିଆଯାଇଛି। ଏହାସହ ସଟ୍ ଡାଉନ୍ ନିୟମାନୁସାରେ ମାତ୍ର ୧୦ ଜଣଙ୍କ ଉପସ୍ଥିତିରେ ସାମାଜିକ ଦୂରତ୍ୱ ରକ୍ଷା କରି ପତାକା ଉତୋଳନ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories