ଦେଶରେ ଦିନକରେ ଚିହ୍ନଟ ଆକ୍ରାନ୍ତ ୭,୯୭୪ ; ଆରୋଗ୍ୟହାର ୯୮.୩୮%

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୭,୯୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୭,୧୮,୬୦୨ରେ ପହଞ୍ଚିଛି। ଆଉ ୭ ,୯୪୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୩,୪୧,୫୪, ୮୭୯ ଆରୋଗ୍ୟ ଲାଭ କରିଛନ୍ତି। ଆରୋଗ୍ୟ ହାର ୯୮.୩୮%। ଚିକିତ୍ସାଧୀନ ଅବସ୍ଥାରେ ୩୪୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୪,୭୬,୪୭୮। ମୃତ୍ୟୁହାର ୧.୩୭%। ସେହିପରି ୮୭,୨୪୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତ ହାର ୦.୨୫%। ତେବେ ଦିନକରେ ୧୨,୧୬,୦୧୧ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୬୬,୦୨,୪୭,୭୬୨ ନମୁନା ପରୀକ୍ଷା କରାଯାଇଛି। ସେହିପରି ପୂର୍ବଦିନ ୬୦,୧୨,୪୨୫ ଟିକା ନେଇଥିବା ବେଳେ ଏଯାଏଁ ମୋଟ ୧,୩୫,୨୫,୩୬,୯୮୬ଟିକା ନେଇ ସାରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

kalyan agarbati

Comments are closed.