www.samajalive.in
Tuesday, December 9, 2025
17.1 C
Bhubaneswar

ପୁଣି ଆମେରିକାରେ କରୋନା କାୟା ; ଦୈନିକ ସଂକ୍ରମଣ ୬୦ ହଜାର ବୃଦ୍ଧି

ନୁ୍ୟୟର୍କ : ଆମେରିକାରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଆମେରିକାରେ ଆଉ ୬୦ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ୱାର୍ଲଡମିଟର ରିପୋର୍ଟରୁ ଜଣାପଡିଛି । ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଉଥିବା ଦେଖି ପୁଣି ତୁଣ୍ଡି ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରାଯାଇଛି । କିିଛି ଦିନ ପୂର୍ବରୁ ସଂକ୍ରମଣ କମିବା ପରେ ତୁଣ୍ଡି ପିନ୍ଧିବା ନେଇ ଆମେରିକା ସରକାର କଟକଣା ହଟାଇଥିଲେ ।
ଏବେ ବୃଦ୍ଧି ପାଉଥିବା ସଂକ୍ରମଣ ଡେଲଟା ଭାରିଆଣ୍ଟ ବୋଲି ସୂଚନା ମିଳିଛି । ଏଠାରେ ପ୍ରତି ଏକ ଲକ୍ଷଙ୍କର ୧୦୦ ରୁ ଅଧିକ ସଂକ୍ରମିତ ହେଉଛନ୍ତି ବୋଲି ପ୍ରାଥମିକ ତଥ୍ୟରୁ ଜଣାପଡିଛି । ଆମେରିକାର ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରଭିନେସନ ଡିରେକ୍ଟର ସମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଟିକା ପ୍ରଭାବଶାଳୀ ମାତ୍ର କରୋନାର ଡେଲଟା ଭାରିଆଣ୍ଟ କାରଣରୁ ଅଧିକ ସଂକ୍ରମଣ ହେବାର ଆଶଙ୍କା ବୃଦ୍ଧି ପାଉଛି ।
ଯେଉଁ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ସେଠାରେ ଟିକାର ଉଭୟ ପାନ ନେଇଥିବା ଲୋକେ ମଧ୍ୟ ତୁଣ୍ଡି ପିନ୍ଧିବା ଆବଶ୍ୟକ ବୋଲି କୁହାଯାଇଛି ।
ସିଡିସି ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦକ୍ଷିଣ ଆମୋରିକାରେ ଏବେ ସର୍ବାଧିକ ସଂଖ୍ୟକ ସଂକ୍ରମଣ ଦେଖିବାକୁ ମିଳୁଛି । ଉତ୍ତର-ପୂର୍ବରେ ଅଧିକାଂଶ ସ୍ଥାନରେ ଟିକାକରଣ କରାଯାଇଛି । ଏଯାବତ ଏହି ସମସ୍ତ ଅଞ୍ଚଳରେ ଅଧିକ ସଂକ୍ରମିତ ସେତେ ଅଧିକ ନାହାନ୍ତି ।
ସେହିପରି ସିଡିସି ପକ୍ଷରୁ ହୋଇଥିବା ଗବେଷଣା ଅନୁଯାୟୀ, ଟିକାର ଉଭୟ ପାନ ନେଇଥିବା ଲୋକମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି । ଏହାସହ ଟିକାର ଉଭୟ ପାନ ନେଇଥିବା ଲୋକମାନେ ଅନ୍ୟ ଲୋକମାନଙ୍କୁ ମଧ୍ୟ ସଂକ୍ରମିତ କରିପାରିବେ ।
ମେ ମାସରେ ଆମେରିକା ସରକାର କହିଥିଲେ ଯେଉଁମାନେ ଟିକାର ଉଭୟ ପାନ ନେଇଛନ୍ତି, ସେମାନେ ତୁଣ୍ଡି ନପିନ୍ଧିଲେ ଚଳିବ । ତୁଣ୍ଡି ବାଧ୍ୟତାମୂଳକ ନୁହେଁ ବରଂ ଇଚ୍ଛାଧୀନ । ମାତ୍ର ଜନସାଧାରଣ ସ୍ଥାନରେ ଗମନାଗମନ କିମ୍ବା ହସ୍ପିଟାଲ ଯିବା ବେଳେ ତୁଣ୍ଡି ପିନ୍ଧିବା ଆବଶ୍ୟକ ବୋଲି ଆମେରିକା ସରକାର ଘୋଷଣା କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories