www.samajalive.in
Tuesday, December 9, 2025
16.1 C
Bhubaneswar

ଆଣ୍ଡ୍ରଏଡ୍‍ ଓରିୟୋ ୮.୧ସହିତ ଭାରତୀୟ ବଜାରକୁ ଆସିଲା ‘କୁଲପ୍ୟାଡ୍‍ ମେଗା-୫ଏ’

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ୍‍ ନିର୍ମାତା କମ୍ପାନୀ କୁଲପ୍ୟାଡ୍‍ ଭାରତୀୟ ବଜାରରେ ‘କୁଲପ୍ୟାଡ୍‍ ମେଗା-୫ଏ’ ନାମରେ ଏକ ନୂଆ ସ୍ମାର୍ଟଫୋନ୍‍ ଲଞ୍ଚ୍‍ କରିଛି। ଏହି ଫୋନ୍‍ କେବଳ ଅଫଲାଇନ୍‍ ଷ୍ଟୋରରେ ଉପଲବ୍ଧ ହେବ। ଏଥିରେ ୧୮:୯ଆସପେକ୍ଟ ରେସିୟୋର ଡିସପ୍ଲେ, ଆଣ୍ଡ୍ରଏଡ୍‍ ଓରିୟୋ ଏବଂ ମେଟାଲ ବଡି ଡିଜାଇନ୍‍ ଦିଆଯାଇଛି। ‘ମେଗା-୫ଏ’ ହେଉଛି ଚଳିତବର୍ଷ ଅପ୍ରେଲ ମାସରେ ଲଞ୍ଚ୍‍ ହୋଇଥିବା କୁଲପ୍ୟାଡ୍‍ ‘ମେଗା-୪ଏ’ର ଅପଗ୍ରେଡ୍‍ ଭରସନ୍‍। ଭାରତରେ କୁଲପ୍ୟାଡ୍‍ ମେଗା-୫ଏର ମୂଲ୍ୟ ୬,୯୯୯ଟଙ୍କା ରଖାଯାଇଛି। ଏହା ସୂନେଲୀ ରଙ୍ଗରେ ଉପଲବ୍ଧ ହେବ। ଆନ୍ଧ୍ରପ୍ରଦେଶ, ହରିୟାଣା, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ତେଲେଙ୍ଗାନା ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଏହାର ବିକ୍ରି ଆରମ୍ଭ ହୋଇଯାଇଛି।
‘କୁଲପ୍ୟାଡ୍‍ ମେଗା-୫ଏ’ର ବିଶେଷତ୍ୱ
‘କୁଲପ୍ୟାଡ୍‍ ମେଗା-୫ଏ’ରେ ୫.୪୭ଇଞ୍ଚ୍‍ର ଏଚ୍‍ଡି ପ୍ଲସ୍‍ ଡିସପ୍ଲେ ଦିଆଯାଇଛି, ଯାହାର ଆସପେକ୍ଟ ରେସିୟୋ ୧୮:୯। ଏହାବ୍ୟତୀତ ଫୋନ୍‍ରେ ଆଣ୍ଡ୍ରଏଡ୍‍ ଓରିୟୋ ୮.୧, ସ୍ପିଡଟ୍ରମ୍‍ କ୍ୱାଡ୍‍କୋର ଏସ୍‍ସି୯୮୫୦କେ ପ୍ରୋସେସର, ୨ଜିବି ରାମ୍‍ ଏବଂ ୧୬ଜିବି ଷ୍ଟୋରେଜ୍‍ ରହିଛି। ଯହାକୁ ୧୨୮ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଏଥିରେ ଡୁଆଲ ରିୟର କ୍ୟାମେରା ସେଟଅପ୍‍ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୮ମେଗାପିକ୍ସେଲ ଏବଂ ଅନ୍ୟଟି ୦.୩ର ରହିଛି। ଏହାର ଆଗପଟ କ୍ୟାମେରା ୫ମେଗାପିକ୍ସେଲର। ଉଭୟ କ୍ୟାମେରା ସହିତ ଆପଣ ଫ୍ଲାସଲାଇଟ୍‍ ସୁବିଧା ପାଇପାରିବେ। ଏହି ଫୋନ୍‍ରେ ୨୫୦୦ଏମଏଚର ବ୍ୟାଟେରୀ ରହିଛି। ସଂଯୋଗପାଇଁ ୪ଜି ଏଲଟିଇ, ୱାଇ-ଫାଇ, ବ୍ଲୁ-ଟୁଥ୍‍, ଏଫଏମ ରେଡିଓ, ମାଇକ୍ରୋ ୟୁଏସବି ଏବଂ ୩.୫ ଏମ୍‍ଏମ୍‍ର ହେଡଫୋନ୍‍ ଜ୍ୟାକ୍‍ ଦିଆଯାଇଛି। ଫୋନ୍‍ରେ ଫେସ୍‍ଅନଲକ୍‍ର ସୁବିଧା ମଧ୍ୟ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories