ଭୁବନେଶ୍ୱର: କେନ୍ଦ୍ର ଅର୍ଥ ମନ୍ତ୍ରୀ ସୀତାରମଣ ୪ ଲକ୍ଷ ୨୯ ହଜାର କୋଟି ଟଙ୍କାର ଗୋଟିଏ ପ୍ୟାକେଜ ଘୋଷଣା କରିଛନ୍ତି। କରୋନା ମହାମାରି ସମୟରେ ବିଗିଡ଼ି ଯାଇଥିବା ଆର୍ଥିକ ବ୍ୟବସ୍ଥା ସଜାଡିବା ପାଇଁ ଏହା କରାଯାଇଛି ବୋଲି ସରକାର ଉଚ୍ଚସ୍ଵରରେ ଘୋଷଣା କରୁଛନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ ଓ ହାସ୍ୟାସ୍ପଦ ବୋଲି କଂଗ୍ରେସର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି। ଏହା କେବଳ ବ୍ୟାଙ୍କ ନିର୍ଭରଶୀଳ ଓ ସରକାରୀ ଗ୍ୟାରେଣ୍ଟି ଉପରେ ଭରଷା ରଖିଛି। ପ୍ରଥମତଃ ଏହା ପ୍ରମାଣ କରିଛି ସେ କରୋନା ମହାମାରୀର ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାର ଖୁବ୍ ବଡ଼ ପ୍ୟାକେଜ ପ୍ରାୟ କୋଡ଼ିଏ ଲକ୍ଷ କୋଟି ଟଙ୍କାର ଘୋଷଣା କଲେ ଯେଉଁଥିରୁ ଦୁଇ ଲକ୍ଷ କୋଟି ଟଙ୍କା ଛାଡ଼ିଦେଲେ ଅନ୍ୟ ସମସ୍ତ ବ୍ୟାଙ୍କ ନିର୍ଭରଶିଳ ଥିଲା। ବ୍ୟାଙ୍କ ଋଣ ଦେଲେ ନାହିଁ ଅବା କେହି ରଣ ନେବାକୁ ଆଗ୍ରହ ପ୍ରକାଶ କଲେ ନାହିଁ। ସମସ୍ତ ଘୋଷଣା ଅସଫଳ ହେଲା। ଯେଉଁଥିପାଇଁ ଏଥର ବ୍ୟାଙ୍କ ରୁଣ ସହିତ ସରକାରୀ ଗ୍ୟଗେଣ୍ଡି ଯୋଡା ହୋଇରହିଛି। ଏହା ପୁନଃ ଏକ ଅସଫଳ ଉଦ୍ୟମ ବୋଲି କଂଗ୍ରେସ ଦାବିକରେ। କେବଳ କୃଷି ସହାୟତା ନାମରେ ଯେଉଁ ଅର୍ଥ ବରାଦ ରହିଛି ତାହା ସାର ଉତ୍ପାଦନକାରୀ ବେପାରୀଙ୍କ ହାତକୁ ହିଁ ଯିବ ଓ ସେଥିରୁ ଏକ ବୃହତ୍ତ ଅଂଶ ଭାରତୀୟ ଜନତା ପାର୍ଟିର ନେତା ଓ ପାର୍ଟିର ନିର୍ବାଚନ ପାଣ୍ଟିକୁ ଆସିବ। ଏହି ପ୍ୟାକେଜ କେବେ ହେଲେ ବି ବଜାରରେ ସ୍ଥିତି ବଦଳାଇବ ନାହିଁ । କ୍ରୟଶକ୍ତି ଅଭାବରୁ ବଜାରରେ ଆବଶ୍ୟକତାର ବୃଦ୍ଧି ଘଟିବ ନାହିଁ। ଫଳରେ ଉତ୍ପାଦନ ବୃଦ୍ଧିର ଆବଶ୍ୟକତା ଓ ବାହରକୁ ଯୋଗାଣ ବଢ଼ିବ କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ କାନୁନଗୋ। ଖାଉଟିମୁଖ ଅର୍ଥନୀତିରେ ଖାଉଟି କାରବାର ହିଁ ଦେଶର ସାମଗ୍ରିକ ଅଭିବୃଦ୍ଧିରେ ପାଖାପାଖ ୫୫୯ ସହଯୋଗ ଦେଇଥାଏ। ପ୍ୟାକେଜର ମୁଖ୍ୟ ଅଂଶ ଚିକିତ୍ସା ଜନିତ ବ୍ୟବହାର ପାଇଁ ଉଦ୍ଧିଷ୍ଟ ଏହା କେବଳ ସ୍ୱାସ୍ଥ୍ୟ ବେପାରିଙ୍କୁ ସାହାଯ୍ୟ କରିବ ଓ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ।
ପର୍ଯ୍ୟଟନ କ୍ଷେତ୍ର ପାଇଁ କରାଯାଇଥିବା ବ୍ୟବସ୍ଥା ଏବେ ଆଦୌ କାମରେ ଲାଗିବ ନାହିଁ। ବର୍ତ୍ତମାନ କରୋନା ମହାମାରୀର ଦ୍ଵିତୀୟ ପର୍ୟ୍ୟାୟ ଚାଲିଛି। ଆଉ ଏକ ପର୍ୟ୍ୟାୟ ଆସିବାର ପ୍ରଚାରିତ ହେଉଛି। ତୀର୍ଥଯାତ୍ରୀଙ୍କୁ ମନ୍ଦିର ମନା ସେହି ସମୟରେ ପର୍ୟ୍ୟଟନ କ୍ଷେତ୍ରପାଇଁ ବ୍ୟୟ ବରାଦ ତତ୍କ୍ଷଣାତ୍ ଅର୍ଥନିତୀକୁ ସଜାଡ଼ିବାରେ ଆଦୌ ସହାୟକ ହେବ ନାହିଁ। ଅବଶ୍ୟ ଏହି କ୍ଷେତ୍ରରେ ବ୍ୟାଙ୍କମାନଙ୍କର କିଛି ଅର୍ଥ ବଜାର ଭିତରେ ପ୍ରବେଶ କରିବ ଏହା ଖୁବ୍ ନଗଣ୍ୟ। ଋଣଗ୍ରସ୍ତ ହୋଇ ସେମାନେ ଖର୍ଚ୍ଚ କରିବେ। ଅଂହକାର, ଅଜ୍ଞତାରୁ ମୁକ୍ତହୋଇ ବଜାରକୁ ଅର୍ଥ ଛାଡ଼ିବାର ସମସ୍ତ ବ୍ୟବସ୍ଥା କଲେ ବର୍ତ୍ତମାନର ରୁଗଣ ଅର୍ଥନିତୀକୁ ସୁସ୍ଥ ଅବସ୍ଥାକୁ ଆଣି ହେବ। ଆଉ ରୁଗଣତାର ମୁକ୍ତି ଓ ସୁସ୍ଥ କଲାପରେ ହିଁ ବିକାଶ ପ୍ରତି ବ୍ୟବସ୍ଥା କରିହେବ ବୋଲି ଶ୍ରୀ କାନୁନଗୋ ମତ ରଖିଛନ୍ତି।



