www.samajalive.in
Monday, December 8, 2025
27.1 C
Bhubaneswar

କୋକସରାର ବିଭିନ୍ନ ହୋଟେଲ୍‌ ଏବଂ ଢାବାରେ ଅସ୍ୱାସ୍ଥ୍ୟକର ଏବଂ ବାସି ଖାଦ୍ୟ ବିକ୍ରୀ ଅଭିଯୋଗ- ଖାଦ୍ୟମାନ ଯାଞ୍ଚ ହେଉନି

ଲଡୁଗାଁ -କୋକସରାର ବିଭିନ୍ନ ହୋଟେଲ୍‌ ଏବଂ ଢାବାରେ ବାସି ଖାଦ୍ୟ ବିକ୍ରୀ ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲା କୋକସରା ବ୍ଲକ ଅଧୀନସ୍ଥ ମୋଟେର ଠାରୁ ଆରମ୍ଭ କରି ଜିଲ୍ଲା ସୀମାନ୍ତ ଆମପାଣି ପର୍ଯ୍ୟନ୍ତ ୨୬ ନମ୍ବର ଜାତୀୟ ରାଜପଥ ଉପରେ ହୋଟେଲ, ଢାବା ଓ ଅନେକ ଜଳଖିଆ ଦୋକାନ ରହିଛ । ଏଠାରେ ଖାଦ୍ୟ ନାଁରେ ଲୋକଙ୍କୁ ବିଷ ଦିଆଯାଉଥିବା ଅଭିଯୋଗ ହୋଇଛି ।

୮୦ ପ୍ରତିଶତ ହୋଟେଲରେ ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍‌ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ)ର ଲାଇସେନ୍ସ ଅଛି କି ନାହିଁ ତାହା ବିଭାଗକୁ ଜଣା । ଖାଦ୍ୟ ନିରାପତ୍ତା ବିଭାଗର କେତେଜଣ ଅଧିକାରୀଙ୍କୁ ମାସିକ ହାତଗୁଞ୍ଜା ଦେଇ ଅଧିକାଂଶ ଢ଼ାବା, ହୋଟେଲ ସୁରକ୍ଷିତ ଭାବେ ଚାଲୁଥିବା ଲୋକେ ଅଭିଯୋଗ କରିଛନ୍ତି । ଅନେକ ହୋଟେଲରେ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରାଯାଇ ଗ୍ରାହକଙ୍କୁ ଦିଆଯାଉଥିବା ଦୀର୍ଘ ବର୍ଷ ହେଲା ଅଭିଯୋଗ ହେଉଛି । ଦିନେ ରୋଷେଇ କରି ଉକ୍ତ ଖାଦ୍ୟକୁ ଶେଷ ନହେବା ଯାଏ ଫ୍ରିଜରେ ରଖି ବିକ୍ରି କରାଯାଉଛି ।
ମାଲିକ ମାନେ ବାସି ଖାଦ୍ୟ ପରଷୁଛନ୍ତି ଏଇ ଯେମିତି ସନ୍ଧ୍ୟାରେ ତିଆରି କରାଯାଇଥିବା ସିଙ୍ଗଡା, ବରାକୁ ସକାଳୁ ପୁଣି ଗରମ କରି ବିକ୍ରି କରିବା, ଫିମ୍ପି ମାରି ନଷ୍ଟ ହୋଇଥିବା ପେଡା, ଖିରମୋହନ ଭଳି ବିଭିନ୍ନ ପ୍ରକାର ମିଠାକୁ ଗ୍ରାହକଙ୍କ ସରଳତାର ସୁଯୋଗ ନେଇ ଡବାରେ ଭର୍ତ୍ତି କରି ବିକ୍ରି କରୁଥିବା ଭଳି ସଙ୍ଗିନ ଅଭିଯୋଗ ହେଉଛି ।

- Advertisement -

ଅନେକ ଦୋକାନୀ ଅତ୍ୟଧିକ ଲାଭ ଆଶାରେ ଏହି ପ୍ରଣାଳୀ ଆପଣାଉଥିବା ବେଳେ ଜିଲା ସ୍ୱାସ୍ଥ୍ୟ ବିଭାଗ କିମ୍ବା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ମନେ ହେଉଛି । ଯାହା ଫଳରେ ବାସୀ ଖାଦ୍ୟ ଖାଇ ହଜାର ହଜାର ଲୋକ ରୋଗଗ୍ରସ୍ତ ହେଉଥିବା ନଜରକୁ ଆସୁଛି । ଚଢ଼ଉ ନାଁରେ ସାମାନ୍ୟ ଅର୍ଥ ଆଦାୟ କରି ବିଭାଗୀୟ ଅଧିକାରୀ ନିଜ ପକେଟ ଗରମ କରୁଥିବା ଚର୍ଚ୍ଚା ହେଉଛି। ଯାହା ଦ୍ୱାରା ଅସାଧୁ ବ୍ୟବସାୟୀଙ୍କ ମନମାନି ବଢ଼ିବାରେ ଲାଗିଛି । ଗ୍ରାହକଙ୍କୁ ବାସୀ ଖାଦ୍ୟ ବିକ୍ରି କରି ମୋଟା ଅଙ୍କର ଅର୍ଥ ଅସୁଲ କରୁଛନ୍ତି ।

ସେହିପରି ସ୍କୁଲ ପାଖ, ରାସ୍ତା କଡ ଢ଼ାବା ଓ ପାନ ଦୋକାନ ଖୋଲାଯାଇ ସେମାନଙ୍କରେ ବେଆଇନ୍ କାର୍ଯ୍ୟକଳାପ ମଧ୍ୟ ହେଉଥିବା ଅଭିଯୋଗ ହେଉଛି । କେତେକ ହୋଟେଲରେ ସୁସ୍ୱାଦୁ ଖାଦ୍ୟ ପାଇଁ ବ୍ୟାପକ ଭାବେ କେମିକାଲ ତଥା ରାସାୟନିକ ପଦାର୍ଥ ମିଶାଇ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ଏହାକୁ ଯାଞ୍ଚ କରାଯାଉନାହିଁ । ଟଙ୍କା ଦେଇ ଲୋକେ ଖାଦ୍ୟ ନାମରେ ଜହର କିଣୁଥିବା ଅଭିଯୋଗ ହେଉଛି । ଫଳରେ ଜିଲା ସ୍ୱାସ୍ଥ୍ୟ ଓ ଖାଦ୍ୟ ନିରାପତ୍ତା ବିଭାଗ ନିଷ୍କ୍ରିୟ ଥିବା ପରି ମନେ ହେଉଛି । ଏ ସମ୍ପର୍କରେ ଖାଦ୍ୟ ନୀରିକ୍ଷକ ଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିପାରି ନାହିଁ । କୋକସରା ବ୍ଲକ ସମେତ ଅନ୍ୟପକ୍ଷରେ ଜିଲାର ସମସ୍ତ ଅଞ୍ଚଳରେ ଚଢ଼ାଉ କରାଯିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories