ସମାଜ ଡିଜିଟାଲ ଡେସ୍କ: ଗଞ୍ଜାମ ଜିଲାର ଚିକିଟି ଅଞ୍ଚଳରେ ବିଷାକ୍ତ ମଦ ମୃତ୍ୟୁ ଘଟଣା ପରେ କମିଶନରେଟ ପୁଲିସ ତତ୍ପର ହୋଇପଡ଼ିଛି। ରାଜଧାନୀ ଭୁବନେଶ୍ଵରରେ ଦେଶୀ ମଦ ତିଆରି ହୋଇ ବିକ୍ରି ହେଉଥିବାବେଳେ ଏହାକୁ ରୋକିବାକୁ ଅଣ୍ଟା ଭିଡିଡ଼ି ପୁଲିସ। ଶନିବାର ପୁଲିସ ପକ୍ଷରୁ ସାଲିଆସାହିରେ ଚଢ଼ାଉ କରାଯିବା ବେଳେ ଏକ ଦେଶୀ ମଦ କାରଖାନା ଠାବ ହୋଇଛି। ସେଠାରୁ ସହିତ ବିପୁଳ ପରିମାଣରେ ଦେଶୀ ମଦ, ପୋଚ ଏବଂ ମଦ ତିଆରି ପାଇଁ ବ୍ୟବହାର କରାଯାଉଥିବା ସରଞ୍ଜାମଗୁଡ଼ିକୁ ଜବତ କରାଯାଇଛି। ଚଢ଼ାଉ ସମୟରେ ବହୁ ସଂଖ୍ୟକ ଡ୍ରମରେ ଦେଶୀ ମଦ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଏଠାରେ ରାଜଧାନୀ ବିଭିନ୍ନ ଅଞ୍ଚଳକୁ ଦେଶୀ ମଦ ଚାଲାଣ କରାଯାଉଥିବା ଏବେ ସାମ୍ନାକୁ ଆସିଛି।



