www.samajalive.in
Monday, December 8, 2025
27.1 C
Bhubaneswar

ରେଡକ୍ରସ ସ୍ବେଚ୍ଛାସେବୀଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ଶିବିର

ଭୁବନେଶ୍ବର: କଲେଜ ଅଫ ନାଚୁରାଲ ଲ’ ଅଧ୍ୟକ୍ଷା ଡ.ନଳିନୀ ପ୍ରଭା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ତିନି ଦିନିଆ ଯୁବ ରେଡକ୍ରସ କ୍ଲଷ୍ଟର ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ସଂଯୋଜକ ଡ. ସୁଜତା ମହାନ୍ତି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ଦେବରାୟ କଲେଜ, ନୟାପଲ୍ଲୀ, ମହର୍ଷି ୱମେନ୍ସ କଲେଜ, ପଟିଆ ଏବଂ ମହର୍ଷି କଲେଜ ଅଫ୍ ନ୍ୟାଚୁରାଲ ଲ’, ସହିଦ ନାଗର ଭଳି ବିଭିନ୍ନ କଲେଜରୁ ପ୍ରାୟ ୩୦ଜଣ ସ୍ୱେଚ୍ଛାସେବୀ ଏହି ଶିବିରରେ ଯୋଗ ଦେଇଥିଲେ। ସ୍ୱେଚ୍ଛାସେବୀମାନଙ୍କୁ ପ୍ରଥମ ଦିନର ରେଡକ୍ରସ୍ ସମ୍ବନ୍ଧରେ ଏବଂ ବିପର୍ଯ୍ୟୟ ପରିଚାଳନା ଉପରେ ତାଲିମ ପ୍ରଦାନ କରା ଯାଇଥିଲା।

 

- Advertisement -

ଦ୍ୱିତୀୟ ଦିନରେ ମାଷ୍ଟର ଟ୍ରେନର ସଡକ ସୁରକ୍ଷା ଏବଂ ସର୍ଭ ପ୍ରଶିକ୍ଷକ ଲକ୍ଷ୍ମଣ ସ୍ବାଇଁ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ସଡ଼କ ଦୁର୍ଘଟଣା ହେତୁ ମୃତ୍ୟୁହାର ହ୍ରାସ କରିବା ପାଇଁ ସଡକ ସୁରକ୍ଷା ଏବଂ ପ୍ରାଥମିକ ଚିକିତ୍ସା ଉପରେ ତାଲିମ ପ୍ରଦାନ କରିଥିଲେ। ଏହି ଅବସରରେ ଅନ୍ୟର ଜୀବନ ରକ୍ଷା କରିବା ପାଇଁ ସ୍ବେଚ୍ଛାସେବୀମାନେ ଜଣେ ଗୁଡ଼ ସମାରିଟାନ ଭାବରେ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories