ଭୁବନେଶ୍ୱର: ଭୁବନେଶ୍ୱରରେ କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆଉ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ ପାଇଁ ୭୭କୋଟି ଟଙ୍କା ଦିଆଯାଇଛି।
ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ କୋଭିଡ଼ ହସ୍ପିଟାଲ ରହିଛି ଏବଂ ଚିକିତ୍ସିତ ରୋଗୀଙ୍କ ସଖ୍ୟା ମଧ୍ୟ ଏଠାରେ ସର୍ବାଧିକ।ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କୋଭିଡ଼ ରୋଗୀ ଭୁବନେଶ୍ୱରକୁ ଆସିଥାନ୍ତି । ତେଣୁ ଭୁବନେଶ୍ୱରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥ ମଞ୍ଜୁର କରାଯାଇଛି ।



