www.samajalive.in
Monday, December 8, 2025
17.1 C
Bhubaneswar

‘ଗାନ୍ଧିଜୀ’ ଭାରତ ରତ୍ନଠାରୁ ବହୁ ଊର୍ଦ୍ଧ୍ଵରେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ଆମ ଜାତିର ପିତା। ସେ କୌଣସି ପ୍ରକାର ଔପଚାରିକ ସମ୍ମାନଠାରୁ ବହୁତ ବଡ଼। ତାଙ୍କ ପାଇଁ ଭାରତ ରତ୍ନ କ’ଣ ? ସେ ଭାରତ ରତ୍ନ ସମ୍ମାନଠାରୁ ବହୁ ଉର୍ଦ୍ଧ୍ଵରେ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏସ.  ଏ. ବୋବଡେ। ଗାନ୍ଧିଜୀଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ପିଟିଶନର ଶୁଣାଣି କରି ପ୍ରଧାନ ବିଚାରପତି ଏହା କହିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ଉକ୍ତ ପିଟିଶନକୁ ଖାରଜ କରିଦେଇଛନ୍ତି।

ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଥିଲେ, ମହାତ୍ମା ଗାନ୍ଧୀଙ୍କ ପାଇଁ ଭାରତ ରତ୍ନ କ’ଣ ? ସେ ଭାରତ ରତ୍ନଠାରୁ ଊର୍ଦ୍ଧ୍ଵରେ। ମୁଁ ବି ଚାହୁଁଛି ତାଙ୍କୁ ସମ୍ମାନ ମିଳିବା ଦରକାର। କିନ୍ତୁ ଦେଶବାସୀ ତାଙ୍କୁ କୌଣସି ଔପଚାରିକ ସମ୍ମାନଠାରୁ କେତେ ଅଧିକ ଭାବନ୍ତି। ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ କହିଛନ୍ତି ଯେ, ସେ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ପାଖରେ ଉଠାଇ ପାରିବେ। କିନ୍ତୁ ସୁପ୍ରିମକୋର୍ଟ ନିଜେ ଏହି ପ୍ରସଙ୍ଗରେ କେନ୍ଦ୍ରକୁ ନିର୍ଦେଶ ଦେବା ଲାଗି ମନା କରିଦେଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ଭାରତ ରତ୍ନ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ। ଦେଶ ପାଇଁ ସର୍ବଶ୍ରେଷ୍ଠ ଅବଦାନ ଲାଗି କୌଣସି ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଏ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ନେଇ ସୁପାରିସ କରିବା ପରେ ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥାଏ। ୧୯୫୪ରୁ ଏହି ସମ୍ମାନ ପ୍ରଦାନ କରାଯାଇ ଆସୁଛି। ବର୍ତ୍ତମାନ ସୁଦ୍ଧା ୪୮ ଜଣଙ୍କୁ ଏହି ସମ୍ମାନ ଦିଆଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories