www.samajalive.in
Thursday, December 11, 2025
23.1 C
Bhubaneswar

ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୧୧ ନମ୍ବର ୱାର୍ଡସ୍ଥିତ ଆମ୍ବିସନ୍ କ୍ଲବ୍ ଆନୁକୂଲ୍ୟରେ ଏକ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସତ୍ୟବତୀ ଦାସ ଉଦ୍‌ଘାଟନ କରିଥିଲେ । ସାରାଦିନ ବ୍ୟାପି ଅନୁଷ୍ଠିତ ଏହି ଶିବିରରେ ଚକ୍ଷୁ ଚିକିତ୍ସକ ଡା. ଲକ୍ଷ୍ମୀପ୍ରିୟା ନାୟକ ଓ ଡା. ଜାହିରୁଦ୍ଦିନ୍ ସାହା  ମୋଟ ୨୦୫ ଜଣଙ୍କର ଚକ୍ଷୁ ପରୀକ୍ଷା କରିବା ସହିତ ଚଷମା ପ୍ରଦାନ କରିଥିଲେ । ସେଥି ମଧ୍ୟରୁ ୨୦ ଜଣଙ୍କ ଚକ୍ଷୁରେ ମୋତିଆବିନ୍ଦୁ ଅତ୍ସ୍ରୋପଚାର ପାଇଁ ପଦ୍ମିନୀ କେୟାର ହସପିଟାଲକୁ ନିଆଯାଇଥିଲା । ନବ ନିର୍ବାଚିତ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, କାଉନସିଲର ଶୁଭେନ୍ଦୁ ସାମଲ, ସୁବ୍ରତ ସାମଲ, କାଉନସିଲର ବିଜୟଲକ୍ଷ୍ମୀ ବେହେରା,ଯୁବ ନେତା ଅର୍ଜୁନ ପଣ୍ଡା ପ୍ରମୁଖ ଶିବିରରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କ୍ଲବ୍ ସଭାପତି ଅମିତ କୁମାର ବେଉରା, ସଂଜୟ ପାତ୍ର, ଦେବାଶିଷ ରାଉତ,ପ୍ରଶାନ୍ତ ଜେନା, ସଂଜୟ ରାଉତ, ଖୁଦିରାମ ଦାସ, ବେଣୁଧର ପରିଡ଼ାଙ୍କ ସମେତ କ୍ଲବ୍‌ର ସମସ୍ତ ସଦସ୍ୟ ଓ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Hot this week

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

Related Articles

Popular Categories