www.samajalive.in
Monday, December 8, 2025
27.1 C
Bhubaneswar

କାନାଡାକୁ ଚୀନର ଚେତାବନୀ, ହଂକଂ ମାମଲାରେ ମୁଣ୍ଡ ପୁରାନି

ବେଜିଂ : ହଂକଂରେ ଚାଲିଥିବା ଆନ୍ଦୋଳନକୁ ନେଇ ସୋମବାର ଉତ୍ତର ଆମେରିକାର ଦେଶ କାନାଡାକୁ ଦକ୍ଷିଣ ଏସିଆର ଦେଶ ଚୀନ ଚେତାବନୀ ଦେଇଛି। କାନାଡା ରାଜଧାନୀ ଓଟାୱାସ୍ଥିତ ଚୀନ ଦୂତାବାସ ପକ୍ଷରୁ ଏନେଇ କାନାଡାକୁ ସତର୍କ କରାଇ ଦିଆଯାଇଛି।

ହଂକଂ ମାମଲାରେ ହସ୍ତକ୍ଷେପ ବନ୍ଦ କରିବାକୁ କାନାଡକୁ ଚେତାବନୀ ଦିଆଯାଇଛି। ଚୀନ ପକ୍ଷରୁ କୁହାଯାଇଛି ଯେ ଏହା ତାଙ୍କର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ମାମଲା, ଏଥିରେ ଅନ୍ୟ କୌଣସି ଦେଶର ହସ୍ତକ୍ଷେପର ଆବଶ୍ୟକତା ନାହିଁ। କାନାଡା ବିଦେଶ ମନ୍ତ୍ରୀ କ୍ରିଷ୍ଟିୟା ଫ୍ରିଲାଣ୍ଡ ଏବଂ ୟୁରୋପିୟ ୟୁନିଅନ ବିଦେଶ ନୀତିର ଅଧ୍ୟକ୍ଷ ଫେଡେରିକା ମୋଧୋରିନି ଏକ ମିଳିତ ବୟାନ ଜାରି କରି ହଂକଂ ପରିସ୍ଥିତିରେ ସୁଧାର ପାଇଁ ପଦକ୍ଷେପ ଆଣିବାକୁ କହିବା ପରେ ଚୀନ ଉପରୋକ୍ତ ଚେତାବନୀ ଦେଇଛି।
କାନାଡାସ୍ଥିତ ଚୀନ ଦୂତାବାସ ପକ୍ଷରୁ ଏନେଇ ଏକ ବାର୍ତ୍ତା ୱେବସାଇଟରେ ପୋଷ୍ଟ କରାଯାଇଛି। ଏଥିରେ କୁହାଯାଇଛି ଯେ ହଂକଂ ମାମଲା ସମ୍ପୂର୍ଣ୍ଣ ରୂପେ ଚୀନର ଆଭ୍ୟନ୍ତରୀଣ ବ୍ୟାପାର। ଏଥିରେ ଅନ୍ୟ କୌଣସି ଦେଶ, ସଂଗଠନ କିମ୍ବା ବ୍ୟକ୍ତିଙ୍କ ହସ୍ତକ୍ଷେପ କରିପାରିବେ ନାହିଁ। ‘ଏକ ଦେଶ ଦୋ ପ୍ରଣାଳୀ’ ପିପୁଲ୍ସ ରିପବ୍ଲିକ ଅଫ ଚାଇନା ସମ୍ବିଧାନ ଏବଂ ହଂକଂ ଏସଏଆରର ମୂଳ ଆଇନରେ ରହିଛି। ଏହା ଅନ୍ତର୍ଜାତୀୟ ଆଇନ ପରିସରରେ ଆସୁନାହିଁ। ତେଣୁ କାନାଡା ପ୍ରତିପକ୍ଷଙ୍କୁ ନିଜ ଭାଷା ଓ କାର୍ଯ୍ୟରେ ସଂଯମ ରୁହନ୍ତୁ। ପ୍ରକାଶଯୋଗ୍ୟ ଯେ ହଂକଂର ଲୋକମାନେ ପୂର୍ଣ୍ଣ ସ୍ୱାଧୀନତା ଦାବିରେ ମାସେ ହେବ ଆନ୍ଦୋଳନ କରୁଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories