www.samajalive.in
Monday, December 8, 2025
13.1 C
Bhubaneswar

ପୃଥିବୀ ପୃଷ୍ଟରେ ପୁଣି ଖସିପଡିବ, ଚୀନର ଆଉ ଏକ ସ୍ପେସ୍‌ ଷ୍ଟେସନ

ବେଜିଂ . – ମହାକାଶରେ ଥିବା  ଚୀନର  ଆଉ ଏକ ଗବେଷଣାଗାର ବା ସ୍ପେସ୍‌ ଷ୍ଟେସନ  ଜୁଲାଇ ୨୦୧୯ରେ ପୃଥିବୀ ପୃଷ୍ଟରେ ଖସି ପଡିବ ।  ଏହାକୁ ନିୟନ୍ତ୍ରିତ ଉପାୟରେ ପୃଥିବୀ ପୃଷ୍ଟକୁ ଆଣାଯିବ ବୋଲି ଚୀନର ମହାକାଶ ଗବେଷଣା ସଂସ୍ଥା ଦାବି କରିଛି । ୬ ମାସ ପୂର୍ବରୁ ଚୀନର   ମହାକାଶରେ ଥିବା ଆଉ ଏକ  ଗବେଷଣାଗାର  ତିଆଙ୍ଗୋଙ୍ଗ-୧କୁ ପୃଥିବୀ ପୃଷ୍ଟରେ ଖସାଇ ଦିଆଯାଇଥିଲା । ମାତ୍ର ଏହାକୁ ଚୀନର ମହାକାଶ ଗବେଷଣା ସଂସ୍ଥା ନିୟନ୍ତ୍ରଣ କରି ପାରି ନଥିଲା ।

ସୌଭାଗ୍ୟ ବଶତଃ ତିଆଙ୍ଗୋଙ୍ଗ -୧ର ଅଧିକାଂଶ ଅଂଶ ପୃଥିବୀର ବୟୁମଣ୍ଡଳରେ ଜଳିଯାଇଥିବା ,ଏହାର କିଛି ଅଂଶ ପ୍ରଶାନ୍ତ ମହାସାଗରରେ ଖସି ପଡିଥିଲା ।

- Advertisement -

ତିଆଙ୍ଗୋଙ୍ଗ- ୨କୁ ଦୁଇ ବର୍ଷ ପାଇଁ ଚୀନ ମହାକାଶକୁ ପଠାଇଥିଲା। ଏଥିରେ ଚୀନର ଦୁଇ ଜଣ ବୈଜ୍ଞାନିକ ଥିଲେ । ମହାକାଶରେ ଜୈବ ବିଜ୍ଞାନ, ଚିକିତ୍ସା ବିଜ୍ଞାନ, ପଦାର୍ଥ ବିଜ୍ଞାନ ସହ ଅନ୍ୟ କେତକ ବିଷୟରେ ଏମାନେ ଗବେଷଣା କରିଥିଲେ । ତିଆଙ୍ଗୋଙ୍ଗ-୨କୁ ସଫଳତାର ସହ ପୃଥିବୀ ପୃଷ୍ଟରେ ଖସାଇ ଦିଆଯିବ ବୋଲି ଚୀନର ଗବେଷଣା ସଂସ୍ଥା ଦାବି କରିଛି ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories