www.samajalive.in
Monday, December 8, 2025
27.1 C
Bhubaneswar

ସୀମା ବିବାଦ: ସ୍ମାର୍ଟଫୋନ୍‌ କାରବାରରେ ଚାଇନାକୁ ଭାରତ ଦେଲା ଝଟ୍‌କା

ନୂଆଦିଲ୍ଲୀ : ଚୀନ ସହ ସମ୍ପ୍ରତି ଦେଖାଦେଇଥିବା ସୀମା ବିବାଦ ପରେ ଭାରତ ଧୀରେ ଧୀରେ ଅନେକ କ୍ଷେତ୍ରରେ ଚାଇନାକୁ ବଡ ବଡ ଝଟ୍‌କା ଦେବାରେ ଲାଗିଛି। ଏମିତିକି ଭାରତର ସ୍ମାର୍ଟଫୋନ୍‌ କାରବାର କ୍ଷେତ୍ରରେ ଏକ ସିଂହ ଭାଗ ବହନ କରୁଥିବା ଚାଇନା ଏବେ ଏଥି​‌ଯୋଗୁ ବେଶ କ୍ଷତି ସହୁଛି। କାରଣ ଦେଶରେ ବର୍ତ୍ତମାନ ସ୍ମାର୍ଟଫୋନ୍‌ ବିକ୍ରି ଅଧାରୁ ଅଧିକ କମିଯାଇଛି। ଏପ୍ରିଲ-ଜୁନ୍‌ ତ୍ରୈମାସରେ ଭାରତର ସ୍ମାର୍ଟଫୋନ୍‌ ବଜାର କାରବାରରେ ୫୧% ହ୍ରାସ ଘଟିଛି। ଏହାର ମୁଖ୍ୟ କାରଣ ହେଉଛି ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଉଗ୍ର ରୂପ ଧାରଣ କରିବା ପରେ ସ୍ମାର୍ଟଫୋନ୍‌ ନିର୍ମାଣ ନିମନ୍ତେ ଆବଶ୍ୟକ ଯନ୍ତ୍ରାଂଶ ଯୋଗାଣ କ୍ଷେତ୍ରରେ ବଡ ସମସ୍ୟା ଦେଖାଦେବା। ଫଳରେ ଚାଇନାରୁ ଆଉ ଏହି ସବୁ ଯନ୍ତ୍ରାଂଶ ଆମଦାନୀ ହୋଇପାରୁନାହିଁ। ଅନ୍ୟପକ୍ଷରେ ​କୋଭିଡ୍‌-୧୯ ପ୍ରଭାବ​ରେ ଲାଗିଥିବା ଲକ୍‌ଡାଉନ୍‌ ଯୋଗୁ ସ୍ମାର୍ଟଫୋନ୍‌ ବିକ୍ରି କମିବା ଏହାର ଆଉ ଏକ କାରଣ କୁହାଯାଇପାରେ।
ଚଳିତ ଆର୍ଥିକବର୍ଷର ଦ୍ବିତୀୟ ତ୍ରୈମାସରେ ଦେଶରେ ୧୮ ନିୟୁତ ୟୁନିଟ୍‌ ସ୍ମାର୍ଟଫୋନ୍‌ ବିକ୍ରି ହୋଇଛି। ତେବେ ଗତ ବର୍ଷର ଏହି ସମୟରେ ୩୭ ନିୟୁତ ୟୁନିଟ୍‌ ସ୍ମାର୍ଟଫୋନ୍‌ ବିକ୍ରି ହୋଇଥିଲା। ଫଳରେ ପୂର୍ବବର୍ଷ ତୁଳନାରେ ଚଳିତବର୍ଷର ସମାନ ସମୟରେ ସ୍ମାର୍ଟଫୋନ୍‌ ବିକ୍ରିରେ ୫୧% ହ୍ରାସ ଘଟିଥିବା ଅନ୍ତର୍ଜାତୀୟ ଡାଟା କର୍ପୋରେଶନ (ଆଇଡିସି) ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ଲକ୍‌ଡାଉନ୍‌ ଉଠିବା ପରେ ମଧ୍ୟ ସ୍ମାର୍ଟଫୋନ୍‌ ଉତ୍ପାଦନକାରୀ କମ୍ପାନୀଗୁଡିକ ସମ୍ପୂର୍ଣ୍ଣ କ୍ଷମତା ଅନୁଯାୟୀ ପରିଚାଳିତ ନ ହେବା ଯୋଗୁ ମୋବାଇଲ ଫୋନ୍‌ର ଅଭାବ ଦେଖାଦେଇଥିଲା। ଏମିତିକି ଭେଣ୍ଡରମାନେ ତ୍ରୈମାସର ପ୍ରାରମ୍ଭରେ ସ୍ମାର୍ଟଫୋନ୍‌ ଯୋଗାଣ ନେଇ ସମସ୍ୟାର ସମ୍ମୁଖୀନ ​ହୋଇଥିଲେ। ଆମଦାନୀ ହୋଇଆସିଥିବା ଅନେକ ସ୍ମାର୍ଟଫୋନ୍‌ ଯନ୍ତ୍ରାଂଶ ବନ୍ଦରରେ ଅଟକି ରହିଥିଲା, ଯାହାପାଇଁ ଅନୁମତିକୁ ଅପେକ୍ଷା କରିବାକୁ ପଡିଥିଲା। ଏସବୁ ଯନ୍ତ୍ରାଂଶ ଚାଇନାରୁ ଆସିଥିବା ଯୋଗୁ ଏ ନେଇ ଅନୁମୋଦନ ବାଧକ ଥିଲା। ତେବେ ଳକ୍‌ଡାଉନ୍‌ ସମୟରେ କାରବାର ହୋଇପାରି ନ ଥିବା ଯୋଗୁ ଜୁନ୍‌ରେ ସ୍ମାର୍ଟଫୋନ୍‌ ବିକ୍ରି କେତେକାଂଶରେ ବଢ଼ିଥିଲା। ଏହି ସମୟରେ ୭୫୦୦ ଟଙ୍କାରୁ କମ୍‌ ରେଞ୍ଜର ସ୍ମାର୍ଟଫୋନ୍‌ର ଚାହିଦା ୧୫୦୦୦ ଟଙ୍କାରୁୁ କମ୍‌ ମଧ୍ୟରେ ଥିବା ସ୍ମାର୍ଟଫୋନ୍‌ ତୁଳନାରେ ଅଧିକ ଥିବା ଆଇଡିସି ରିପୋର୍ଟରେ କୁହାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories