www.samajalive.in
Monday, December 8, 2025
20.1 C
Bhubaneswar

‘କରୋନା’ ବାହାନାରେ ଦଲାଇ ଲାମାଙ୍କ ‘ପୋଟାଲା ପ୍ୟାଲେସ’ ବନ୍ଦ କଲେ ଚୀନ ସରକାର

ନୂଆଦିଲ୍ଲୀ: ‘କରୋନା’ ଭାଇରସକୁ ରୋକିବା ବାହାନାରେ ଚୀନ ସରକାର ନୂଆ ଚାଲ୍‌ ଖେଳିଛନ୍ତି। ସରକାର ତିବ୍ଦତରେ ଥିବା ଧର୍ମଗୁରୁ ଦଲାଇ ଲାମାଙ୍କ ବାସଭବନ ‘ପୋଟାଲା ପ୍ୟାଲେସ’କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ  କରିଦେଇଛନ୍ତି। ବିପଜ୍ଜନକ କରୋନା ଭାଇରସର ସଂକ୍ରମଣକୁ ରୋକିବା ଲାଗି ପୋଟାଲା ପ୍ୟାଲେସ ବନ୍ଦ କରାଯାଇଥିବା ଚୀନ ସରକାର କହିଛନ୍ତି। ପୋଟାଲା ପ୍ୟାଲେସ ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ପାଇଁ ସାଂସ୍କୃତିକ ଏବଂ ଧାର୍ମିକ କେନ୍ଦ୍ର ଭାବେ ପରିଚିତ।

ପୋଟାଲା ପ୍ୟାଲେସ ତିବ୍ଦତର ମୁଖ୍ୟ ଆକର୍ଷଣ। ଏଠାକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସନ୍ତି। ତେଣୁ ରୋଗ ଅନ୍ୟତ୍ର ନ ବ୍ୟାପିବା ଲାଗି ଏହାକୁ ବନ୍ଦ କରାଯାଇଥିବା ସରକାର କହିଛନ୍ତି। ସମସ୍ତ ଟ୍ରାଭେଲ୍ସ ସଂସ୍ଥା ଏବଂ ଘରୋଇ ଓ ବିଦେଶୀ ବିମାନ କମ୍ପାନୀଗୁଡ଼ିକୁ ଟିକଟ ନ ବିକ୍ରି କରିବାକୁ କୁହାଯାଇଛି।

- Advertisement -

ଦଲାଇ ଲାମାଙ୍କ ଏହି ମହଲ ୧୩ ମହଲା ଉଚ୍ଚତା ବିଶିଷ୍ଟ। ଏଥିରେ ପ୍ରାୟ ୧ ହଜାରରୁ ଅଧିକ କୋଠରୀ ରହିଛି। ଏହି ମହଲରେ ପ୍ରାୟ ୨ ଲକ୍ଷ ମୂର୍ତ୍ତି ରହିଛି। ତିବ୍ଦତ-ଚୀନ ସଂଘର୍ଷ ସମୟରେ ଏହି ମହଲର ବ୍ୟାପକ କ୍ଷତି ହୋଇଥିଲା। ୧୯୫୯ ପର୍ଯ୍ୟନ୍ତ ଏହି ମହଲ ବୌଦ୍ଧ ଆସ୍ଥାର ପ୍ରମୁଖ କେନ୍ଦ୍ର ରହିଥିଲା। ଚୀନ ସହିତ ସଂଘର୍ଷ ସମୟରେ ୧୪ଶ ଦଲାଇ ଲାମା ତେନ୍‌ଜିନ୍‌ ଗ୍ୟାଷ୍ଟୋ ଭାରତ ଚାଲିଆସିଥିଲେ। ଏହା ପରେ ଉକ୍ତ ମହଲ ଚୀନ ଶାସନ ଅଧୀନରେ ରହିଛି। ୧୯୬୧ରେ ଚୀନ ଏହାକୁ ରାଷ୍ଟ୍ରୀୟ ମହତ୍ଵର ସାଂସ୍କୃତିକ ସ୍ମାରକ ଭାବେ ଘୋଷିତ କରିଥିଲା। ଚୀନ କବ୍‌ଜାରେ ଥିବା ସତ୍ବେ ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀମାନେ ଏହି ମହଲ ସହିତ ଭାବନାତ୍ମକ ଏବଂ ଧାର୍ମିକ ସମ୍ପର୍କ ରଖିଥାନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories