www.samajalive.in
Tuesday, December 9, 2025
17.1 C
Bhubaneswar

୨୦ ହଜାର କିମି ଦୂରକୁ ଲକ୍ଷ୍ୟଭେଦ କରିପାରୁଥିବା ପରମାଣୁ କ୍ଷେପଣାସ୍ତ୍ର ତିଆରି କଲା ଚୀନ

ସମାଜ ଡିଜିଟାଲ ଡେସ୍କ: ୫ କି ୧୦ ହଜାର କିଲୋମିଟର ନୁହେଁ। ୨୦ ହଜାର କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବ କ୍ଷେପଣାସ୍ତ୍ର। ତାହାପୁଣି ପରମାଣୁ ଶକ୍ତିସମ୍ପନ୍ନ। ଏଭଳି ଏକ ଘାତକ କ୍ଷେପଣାସ୍ତ୍ର ତିଆରି କରିଛି ଚୀନ। ଯାହାର ନାମ ହେଉଛି ଡିଏଫ-୫ସି। ପରମାଣୁ ଯୁଦ୍ଧାସ୍ତ୍ର ବହନ କରି ଦୁନିଆର ଯେକୌଣସି ପ୍ରାନ୍ତକୁ ଏହା ଟାର୍ଗେଟ କରିପାରିବାରେ ସକ୍ଷମ। କେବଳ ଏତିକି ନୁହେଁ ଗୋଯିଏ ସମୟରେ ଏହି କ୍ଷେପଣାସ୍ତ୍ର ୧୦ଟି ପୃଥକ ସ୍ଥାନରେ ଆକ୍ରମଣ କରିପାରିବ।

ବେଜିଂରେ ବିଜୟ ଦିବସ ପରେଡ ଅବସରରେ ଚୀନ ନିଜ ସେନାର ଶକ୍ତି ପ୍ରଦର୍ଶନ କରିବା ସହିତ ଏହି କ୍ଷେପଣାସ୍ତ୍ରକୁ ଲୋକଲୋଚନକୁ ଆଣିଛି। ୨ୟ ବିଶ୍ଵଯୁଦ୍ଧ ସମୟରେ ଜାପାନ ବିରୋଧରେ ଚୀନ ବିଜୟକୁ ୮୦ ବର୍ଷ ପୂର୍ତ୍ତି ଅବସରରେ ଏହି ପରେଡ୍‌ ଆୟୋଜିତ ହୋଇଥିଲା। ଏହା ସହିତ ଲେଜର କ୍ଷେପଣାସ୍ତ୍ର ବି ପ୍ରଦର୍ଶିତ ହୋଇଥିଲା। ଏହି ଲେଜର କ୍ଷେପଣାସ୍ତ୍ର ସାମୁଦ୍ରିକ ଯୁଦ୍ଧରେ ଏକ ବଡ଼ ଗେମ୍‌ ଚେଞ୍ଜର ସାବ୍ୟସ୍ତ ହେବ ବୋଲି ଚୀନର ପ୍ରତିରକ୍ଷା ବିଶ୍ଳେଷକମାନେ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories