www.samajalive.in
Monday, December 8, 2025
27.1 C
Bhubaneswar

ଆରଆଇସି ସମ୍ମିଳନୀରେ  ଚୀନର ପରାମର୍ଶ; ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରହୁ

ଉଝୁଏନ: ଚୀନରେ  ବୁଧବାରଠାରୁ ଆରମ୍ଭ ହୋଇଥିବା ଆରଆଇସି(ରୁଷ-ଭାରତ-ଚୀନ) ସମ୍ମଳନୀରେ ଚୀନ ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରଖିବାକୁ ପରାମର୍ଶ ଦେଇଛି। ସମ୍ମିଳନୀରେ ୩ ଦେଶର ବୈଦେଶିକ ମନ୍ତ୍ରୀ ଯୋଗଦେଇଛନ୍ତି। ପ୍ରାରମ୍ଭରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ ଥିବା କହିଥିଲେ। ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ଭାରତୀୟ ବାୟୁସେନା କ’ଣ ପାଇଁ  ଆକ୍ରମଣ କଲା ତାହାର କାରଣ ଜଣାଇଥିଲେ। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ) ପୁଲୱାମାରେ ଆକ୍ରମଣ କରିବା ଫଳରେ ୪୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଏହା ଜାଣି ମଧ୍ୟ ପାକିସ୍ତାନ ଜୈଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଭାରତ ପଦକ୍ଷେପ ନେଲା ବୋଲି ସୁଷମା ଦର୍ଶାଇଥିଲେ। ସମ୍ମିଳନୀରେ ଆତଙ୍କବାଦ ବିଷୟରେ ୩ଦେଶ ଆଲୋଚନା କରିଥିଲେ। କିନ୍ତୁ ଚୀନ ଆଲୋଚନା କାଳରେ ପାକିସ୍ତାନର ନାଁ ନେଇ ନ ଥିଲା। ଶେଷରେ ସବୁ ରାଷ୍ଟ୍ର ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରଖିବା ଉଚିତ ବୋଲି ଚୀନ ବୈଦେଶିକ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ମାତ୍ର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ବିଷୟରେ ଗୋଟିଏ ହେଲେ ଶବ୍ଦ କହି ନ ଥିଲେ, ଯାହା ଚୀନର ଦୋମୁହାଁ ନୀତିକୁ ପଦାରେ ପକାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories