www.samajalive.in
Tuesday, December 9, 2025
16.1 C
Bhubaneswar

ତାଇୱାନର ଭାରତ ପ୍ରେମରେ ବିଚଳିତ ଚୀନ: ଗ୍ଲୋବାଲ୍ ଟାଇମ୍ସର ଧମକ- ନିଆଁ ସହ ଖେଳ ନାହିଁ

ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ତାଇୱାନ (ରିପବ୍ଲିକ୍ ଅଫ୍ ଚାଇନା) ନିଜର ଜାତୀୟ ଦିବସ ପାଳନ କରିଥାଏ । ପ୍ରତିବର୍ଷ ଏହା ପାଳନ ହୁଏ, କିନ୍ତୁ ଏହା ଭାରତ ପାଇଁ କୌଣସି ଗୁରୁତ୍ଵ ବହନ କରେ ନାହିଁ । ମାତ୍ର ପ୍ରଥମଥର ପାଇଁ ତାଇୱାନ ନିଜ ଜାତୀୟ ଦିବସରେ ଭାରତ ପକ୍ଷ ନେଇ ଲାଦାଖ ପ୍ରସଙ୍ଗରେ ଚୀନକୁ ନିଶାଣ କରିବା, ଭାରତୀୟମାନଙ୍କୁ ଶୁଭେଚ୍ଛା ଜଣାଇବା ଓ ନମସ୍ତେ କହିବା ଚୀନକୁ ବିଚଳିତ କରିଛି । ପ୍ରତ୍ୟେକ ଭାରତୀୟଙ୍କୁ ତାଇୱାନ ଉପରାଷ୍ଟ୍ରପତି ଲାଇ ଚିଙ୍ଗ ଟି ନମସ୍କାର ଜଣାଇବା ସହ ତାଇୱାନ ପ୍ରତି ଭାରତୀୟମାନଙ୍କ ଶୁଭେଚ୍ଛା ନିମନ୍ତେ ଧନ୍ୟବାଦ ଜଣାଇଛନ୍ତି । କେବଳ ସେତିକି ନୁହେଁ ତାଇୱାନ ବୈଦେଶିକ ମନ୍ତ୍ରଣାଳୟ ଭାରତୀୟମାନଙ୍କ ଉଦ୍ଦେଶ୍ୟରେ ଟ୍ବିଟ୍ କରି ଆପଣଙ୍କ ସହଯୋଗରେ ଆମେ ମିଳିତ ଭାବରେ ​‌ଯେ କୌଣସି ଆହ୍ବାନକୁ ମୁକାବିଲା କରିପାରିବା ବୋଲି କହିଛନ୍ତି । ଏହା ସହ ଭାରତ ଓ ପ୍ରଶାନ୍ତ ମହାସାଗରରେ ଭାରତ ଓ ତାଇୱାନ ମଧ୍ୟରେ ନୌସେନା ଭାଗିଦାରୀକୁ ନେଇ ମଧ୍ୟ ପ୍ରଶଂସା କରିଥିଲେ ।

- Advertisement -

ତାଇୱାନର ଏହି ଭାରତ ପ୍ରେମ ଚୀନକୁ କେବଳ ବିଚଳିତ କରିନାହିଁ, ଭୟଭୀତ ମଧ୍ୟ କରିଛି । ଏଥିନେଇ ଚୀନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ପ୍ରଥମେ ନୂଆଦିଲ୍ଲୀରେ ଥିବା ଚୀନ୍ ଦୂତାବାସ ଦୁଇ ଦିନ ପୂର୍ବରୁ  ତାଇୱାନକୁ ପୃଥକ ଦେଶ ଭାବରେ ପ୍ରକାଶ କରିଥିବାରୁ ଭାରତୀୟ ଗଣମାଧ୍ୟମକୁ ଚେତାବନୀ ଦେଇଥିଲେ । ଏହା ଚୀନ ବିରୋଧୀ କାର୍ଯ୍ୟକଳାପ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି । ସେହିପରି ଶୁକ୍ରବାର ଚୀନ ଦୂତାବାସ ତାଇୱାନର ଜାତୀୟ ଦିବସରେ କୌଣସି ମନ୍ତବ୍ୟ ନ ଦେବାକୁ ଭାରତୀୟ ଗଣମାଧ୍ୟମକୁ ଚେତାଇ ଦେଇଥିଲା ।

ଅନ୍ୟପକ୍ଷରେ ଚୀନ ସରକାରଙ୍କ ଦ୍ବାରା ପରିଚାଳିତ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସ​‌ରେ ଭାରତକୁ ପରୋକ୍ଷରେ ଚେତାବନୀ ଦିଆଯାଇ ତାଇୱାନକୁ ସମର୍ଥନ କରିବା ନିଆଁ ସହ ଖେଳ ବୋଲି ବର୍ଣ୍ଣନା କରିଛି । ତାଇୱାନ ଜାତୀୟ ଦିବସରେ ନୂଆଦିଲ୍ଲୀରେ ଚୀନ୍ ଦୂତାବାସ ସମ୍ମୁଖରେ ପୋଷ୍ଟର ଲଗାଯିବା ପ୍ରସଙ୍ଗରେ ଗ୍ଲୋବାଲ ଟାଇମ୍ସ ଭାରତୀୟ ଜନତା ପାର୍ଟିର ନେତାଙ୍କୁ ପରୋକ୍ଷରେ ଧମକ ଦେଇଛି । ଭାରତୀୟ ଜନତା ପାର୍ଟିର ନେତା ଚୀନ୍ ଦୂତାବାସ ସମ୍ମୁଖରେ ତାଇୱାନ ଦିବସରେ ଯେଉଁ ପୋଷ୍ଟର ଲଗାଇଛନ୍ତି ତାହା ନିଆଁ ସହିତ ଖେଳିବା ପରି ଏବଂ ଏହା ଦୁଇ ଦେଶ ମଧ୍ୟରେ ଥିବା ତିକ୍ତ ସମ୍ପର୍କକୁ ଆହୁରି ଖରାପ କରିବ ବୋଲି ଗ୍ଲୋବାଲ ଟାଇମ୍ସ ପକ୍ଷରୁ କୁହାଯାଇଛି ।

ତେବେ ଏହି ସମଗ୍ର ପ୍ରସଙ୍ଗରେ ଭାରତ ସରକାର ନୀରବ ରହିଛନ୍ତି। ଏହା ହେଉଛି ଭାରତ ସରକାରଙ୍କ ସରକାରୀ ସ୍ଥିତି, ଏହା ଚୀନ୍ ନୀତି ଅନୁସରଣ କରୁଛି। ଏହି କାରଣ ହେଉଛି ଯେତେବେଳେ ତାଇୱାନର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ ଆନୁଷ୍ଠାନିକ ଭାବେ ପ୍ରତିକ୍ରିୟା ଦେଇନଥିଲେ।

Hot this week

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

Related Articles

Popular Categories