www.samajalive.in
Sunday, December 7, 2025
26.1 C
Bhubaneswar

ନୃସିଂହନାଥ ମନ୍ଦିର ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

ବରଗଡ଼: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ 5T ସଚିବ ଭି.କେ. ପାଣ୍ଡିଆନ ବୁଧବାର ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ମୁଖ୍ୟ ସଚିବ ମହାପାତ୍ର ଏବଂ 5T ସଚିବ ପାଣ୍ଡିଆନ ପୂର୍ବାହ୍ନ ୧୦ଟାରେ ପଦ୍ମପୁର ନିକଟ ସତୀଭଟା ଏୟାରଷ୍ଟ୍ରିପରେ ବିମାନରୁ ଓହ୍ଲାଇଥିଲେ। ସେଠାରୁ ସେମାନେ ନୃସିଂହନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ପରିସରରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଥିଲେ।

- Advertisement -

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ସଚିବ ଏବଂ 5T ସଚିବ ନୃସିଂହନାଥ ମନ୍ଦିରର ବିକାଶ ପାଇଁ ଅନୁଧ୍ୟାନ କରିବା ଲାଗି ସେମାନେ ନୃସିଂହନାଥ ଆସିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି। ଏହା ସହିତ ଖୁବଶୀଘ୍ର ରୋପୱେ ପାଇଁ ଚୂଡାନ୍ତ ପଦକ୍ଷେପ ନିଆଯିବା ସହ ପାଇକମାଲ ନୃସିଂହନାଥ ରାସ୍ତାର ପ୍ରଶସ୍ତୀକରଣ, ନୃସିଂହନାଥଠାରେ ଏକ ବିରାଟ ପିକନିକ୍ ସ୍ପଟର ନିର୍ମାଣ, ସୁନ୍ଦର ଶିଶୁ ଉଦ୍ୟାନ, ଏକ ହଜାର ଲୋକଙ୍କର ରାତ୍ର ରହଣୀ ପାଇଁ ଏକ ସୁନ୍ଦର ଧର୍ମଶାଳା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ମନ୍ଦିର ପରିସରରେ ଚାଲୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ରୂପରେଖ ଉପରେ ସୂଚନା ଦେଇଥିଲେ। ଏଠାରେ ଉଲ୍ଲେଖନୀୟ ଯେ, ପାଇକମାଲ ନାଗରିକ କମିଟି ସଭ୍ୟମାନେ ମୁଖ୍ୟ ସଚିବ, 5T ସଚିବ ଓ ବିକାଶ ପରିଷଦର ଅଧ୍ୟକ୍ଷଙ୍କ ସହିତ ପାଇକମାଲ ଓ ନୃସିଂହନାଥର ବିକାଶ ପାଇଁ ଆଲୋଚନା ମଧ୍ୟ କରିଥିଲେ।

ଆଜି ଏହି ଗସ୍ତ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ବରିଷ୍ଠ ସଚିବ ଆର. ଭିନିଲ କ୍ରିଷ୍ଣା, ପଦ୍ମପୁର ଉପଜିଲାପାଳ ତନ୍ମୟ କୁମାର ଦରୱାନଙ୍କ ସମେତ ବରଗଡ ଜିଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ପଦ୍ମପୁର ପୁଲିସ ପକ୍ଷରୁ ଏୟାରଷ୍ଟ୍ରିପରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories