www.samajalive.in
Sunday, December 7, 2025
16.1 C
Bhubaneswar

ଛତିଶଗଡ଼ରେ ମାଓବାଦୀଙ୍କ ‘ଆଇଇଡି’ ବିସ୍ଫୋରଣ, ଜଣେ ଯବାନ ସହିଦ୍

ରାୟପୁର: ଛତିଶଗଡ଼ର ସୁକମା ଜିଲ୍ଲାରେ ନକ୍ସଲଙ୍କ ସିଆରପିଏଫ୍ କୋବ୍ରା ଉପରକୁ ଆଇଡି ବିସ୍ଫୋରଣ କରିଛନ୍ତି। ଏହି ବିସ୍ଫୋରଣରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ୍ ହୋଇଥିବା ବେଳେ ୧୦ଜଣ ସିଆରପିଏଫ୍ ଯବାନ୍ ଆହତ ହୋଇଥିବା ଜଣା ପଡ଼ିଛି । ସହିଦ୍  ହୋଇଥିବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନାଁ ନୀତୀନ ଭାଲେରାଓ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଶନିବାର ରାତି ୧୦ଟାରେ ସିଆରପିଏଫ୍ ଯବାନ୍ ତାଦମେତଲା ଗାଁ ପାଖ ଜଙ୍ଗଲରେ ସେମାନେ ତଲାସ ଚଳାଇ ଫେରୁଥିଲେ।  ସେହି ସମୟରେ ତାଦମେତଲା ଅଞ୍ଚଳରୁ ପ୍ରାୟ ୬ କିଲୋମିଟର ଦୂରରେ ଏକ ସ୍ଥାନରେ ଯବାନମାନଙ୍କୁ ଟାର୍ଗେଟ୍ କରି ଆଇଡି ବିସ୍ଫୋରଣ କରିଥିଲେ ନକ୍ସଲ।

- Advertisement -

ସମସ୍ତ ଆହତ ଯବାନ୍ କୋବ୍ରା ୨୦୬ ବାଟାଲିୟନର ହୋଇଥିବା ଜଣାପଡ଼ିଛି। ସୁକମା ଏସପି କେଏଲ୍ ଧ୍ରୁବ ଏହି ହମଲାକୁ ନେଇ କହିଛନ୍ତି ଯେ, ସମସ୍ତ ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ନିଆଯାଇଥିଲା। ତେବେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନୀତୀନଙ୍କର ରବିବାର ସକାଳେ ଡାକ୍ତରଖାନାରେ ଦେହାନ୍ତ ହୋଇଥିବା କଥା ଆଇ.ଜି. କହିଛନ୍ତି।

 

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories