ଚୌଦ୍ୱାର: ଚୌଦ୍ୱାର ସହରାଞ୍ଚଳ ମଧ୍ୟଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ମଙ୍ଗୁଳିଛକଠାରୁ କଜଳଖଣା ଗଡ଼ା ପର୍ଯ୍ୟନ୍ତ ସମ୍ପ୍ରାସାରଣ କାର୍ଯ୍ୟ ଆଜକୁ ୨ବର୍ଷ ହେଲା ଚାଲୁ ରହିଛି ।ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ଗାୟତ୍ରୀ କନ୍ଷ୍ଟ୍ରକସନ୍ ନାମକ ଠିକା ସଂସ୍ଥା ରାସ୍ତାକୁ ବିଭିନ୍ନ ସ୍ଥାନରେ ଖୋଳିଦେବା ସହିତ ବାଇପାସ୍ ରୋଡ଼ କାର୍ଯ୍ୟ ଆରମ୍ଭ କରି ଅଧା ପନ୍ତରିଆ ଭାବେ ପକାଇ ଦେଇଛି ।ଫଳରେ ରାସ୍ତାରେ ଗାଡ଼ି ମଟର ଚଳାଚଳରେ ଅଶୁବିଧା ହେବା ସହିତ ପ୍ରତିଦିନ ଦୁର୍ଘଟଣାମାନ ଘଟି ବହୁ ଧନ ଜୀବନ ହାନୀ ହେବା ନିତି ଦିନିଆ ଘଟରା ହୋଇଛି ।ରାସ୍ତାଟି ଖାଲ ଖମାରେ ଭରିଯାଇ ଅଗମ୍ୟ ହୋଇ ପଡ଼ିବା ସହିତ ମରଣ ଯନ୍ତାରେ ପରିଣତ ହେଲାଣି ।ଏହି ରାସ୍ତା ଉପରେ ନିର୍ଭର କରୁଥିବା ସ୍ଥାନୀୟ ଅଧିବାସୀ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏବେ ଠିକାସଂସ୍ଥା ରାସ୍ତା କାର୍ଯ୍ୟକୁ ଅଧା ପନ୍ତରିଆ ଭାବେ ପକାଇଦେଇ ଦୀର୍ଘଦିନ ହେବ କାର୍ଯ୍ୟ ବନ୍ଦ କରିଦେଇ ଚାଲି ଯାଇଥିବାରୁ ଅଞ୍ଚଳବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଏସମ୍ପର୍କରେ ବିଭିନ୍ନ ଗଣ ମଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଉଥିଲେ ସୁଦ୍ଧା ଏଦିଗରେ ଠିକାସଂସ୍ଥା କିମ୍ବା ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି ।ସୋମବାରଦିନ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ଓ ଠିକା ସଂସ୍ଥାର କର୍ମକର୍ତ୍ତା ମାନେ ଅଚାନକ ଭାବେ ଚୌଦ୍ୱାର ଆସିଥିବା ଖବର ପାଇ ଚୌଦ୍ୱାର ବାସୀ ଓ କିଛି ସଂଗଠନର କର୍ମକର୍ତ୍ତା ସେମାନଙ୍କୁ ଘେରିବା ସହିତ ସେମାନଙ୍କୁ ନାନା ସମାଲୋଚନା କରି କେବେ ରାସ୍ତା କାର୍ଯ୍ୟ ଶେଷ ହେବବୋଲି ପ୍ରଶ୍ନ କରିଥିଲେ । ପରିସ୍ଥିତ ଅଣାୟତ ହେବାରୁ ଚୌଦ୍ୱାର ଆଇଆଇସି ବିରଞ୍ଚି ନାରାୟଣ ପତି ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକ ମାନଙ୍କୁ ବୁଝାଶୁଝା କରିଥିଲେ । ଆଗାମା ସପ୍ତାହକ ମଧ୍ୟରେ କାର୍ଯ୍ୟ ଆରମ୍ଭ କରାଯାଇ ୨ମାସ ମଧ୍ୟରେ ରାଜ ରାସ୍ତାର ଦୁଇ ପାର୍ଶ୍ପରେ ବାଇପାସ୍ ରୋଡ଼ କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି ଠିକା ସଂସ୍ଥାର କର୍ମକର୍ତ୍ତାମାନେ ପ୍ରତିଶ୍ରୁତି ଦେଇଥିଲେ ।



