ମୁମ୍ବଇ : ମହାରାଷ୍ଟ୍ରରେ ପ୍ରଥମ କରି ଜିକା ଭୂତାଣୁ ସଂକ୍ରମଣଚିହ୍ନଟ ହୋଇଛି । ଏହି ଭୂତାଣୁ ସଂକ୍ରମଣ ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ସେଠାକୁ ଏକ ଉଚ୍ଚସ୍ତରୀୟ ଦଳ ପଠାଇଛି । ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ରୀୟ ଦଳ ରାଜ୍ୟ ସରକାରଙ୍କୁ ସହଯୋଗ କରିବ। ଶନିବାର ମହାରାଷ୍ଟ୍ରର ପୁଣେ ଜିଲା ପୁରନ୍ଦର ଅଞ୍ଚଳରୁ ଜଣେ ୫୦ବର୍ଷୀୟା ମହିଳା ଜିକା ଭୂତାଣୁ ସଂକ୍ରମିତ ହୋଇଛନ୍ତି । ସେ ଚିକେନଗୁନିଆରେ ମଧ୍ୟ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରର ତ୍ବରିତ କାର୍ଯ୍ୟାନୁଷ୍ଠାନ ବାହିନୀ ମଧ୍ୟ ଏଠାକୁ ଶନିବାର ଗସ୍ତ କରି ସରପଞ୍ଚ ଓ ପଞ୍ଚାୟତ କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ । ସଂକ୍ରମଣ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ଅଞ୍ଚଳରେ କଡା କଟକଣା ଲାଗୁ କରିଛି ।
ମହାରାଷ୍ଟ୍ରରେ ଜିକା ଭୂତାଣୁ : ଉଚ୍ଚସ୍ତରୀୟ ଦଳ ପଠାଇଲା କେନ୍ଦ୍ର
Popular Categories



