୫ ବର୍ଷରେ ସବୁଠାରୁ ଶସ୍ତା ହେଲା ସିମେଣ୍ଟ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ସିମେଣ୍ଟ ସେକ୍ଟରରେ କମ୍ପାନୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଯୋଗୁଁ ସିମେଣ୍ଟ ଦାମ୍ ଗତ ୫ ବର୍ଷରେ ସର୍ବନିମ୍ନ ସ୍ତରରେ ପହଞ୍ଚିଯାଇଛି । ଏକ ରିପୋର୍ଟ ଅନୁସାରେ ଗତ କିଛି ମାସରେ କମ୍ପାନୀମାନେ ସିମେଣ୍ଟ ଦାମ୍ ବଢାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଚାହିଦା କମ୍ ଯୋଗୁଁ ପୁଣି ଦାମ୍ କମାଇବାକୁ ପଡିଥିଲା ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି ସିମେଣ୍ଟ ଚାହିଦା ହ୍ରାସ ବଜାରର ଦୁର୍ବଳ ଗତିଶୀଳତାକୁ ଦର୍ଶାଉଛି । ପ୍ରତିଯୋଗିତା ଯୋଗୁଁ କମ୍ପାନୀମାନେ ଦାମ୍ କମାଇବାକୁ ବାଧ୍ୟ ହେଉଛନ୍ତି । ଏଥିଯୋଗୁଁ ବର୍ତ୍ତମାନ ସିମେଣ୍ଟର ଦାମ୍ ୫ ବର୍ଷର ସବୁଠାରୁ ନିମ୍ନ ସ୍ତରରେ ପହଞ୍ଚିଛି । ଏହା ସହିତ ନିକଟ ଭବିଷ୍ୟତରେ କୌଣସି ପ୍ରକାର ମୂଲ୍ୟ ବୃଦ୍ଧି ନେଇ ମଧ୍ୟ ଆଶା କରାଯାଉନି । ଆର୍ଥିକ ବର୍ଷ ୨୪-୨୫ରେ ଚାହିଦା କମିବା ସମ୍ଭାବନା ରହିଛି ।

Comments are closed.