www.samajalive.in
Sunday, December 7, 2025
13.1 C
Bhubaneswar

ମହାଶିବରାତ୍ରୀ-୨୦୨୦: ଏଥର ଏହି ସ୍ବତନ୍ତ୍ର ସ୍ଥାନରେ ପାଳନ୍ତୁ ମହାଦେବଙ୍କ ପର୍ବ

ଆଉ ମାତ୍ର କିଛିଦିନ ପରେ ଅର୍ଥାତ୍ ୨୧ ଫେବୃଆରୀରେ ମହାଶିବରାତ୍ରୀ। ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଦେଶର ସମସ୍ତ ଶୈବପୀଠ। ତେବେ ଆମ ଦେଶର କିଛି ବିଶେଷ ସ୍ଥାନରେ ମହାଶିବରାତ୍ରୀର ସ୍ବତନ୍ତ୍ର ମାହାତ୍ମ୍ୟ ରହିଛି। ସେହି ସ୍ଥାନଗୁଡ଼ିକରେ ମହାଶିବରାତ୍ରୀ ପାଳନ କରିବା ସୌଭାଗ୍ୟର ବିଷୟ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏହା ଜରୁରୀ ନୁହେଁ ଯେ ଆପଣଙ୍କୁ କେବଳ ଅମରନାଥ, ବଦ୍ରିନାଥ କିମ୍ବା କେଦାରନାଥ ଯିବାକୁ ପଡ଼ିବ। ଆପଣଙ୍କ ଆଖପାଖରେ ଏମିତି ଅନେକ ସ୍ଥାନ ରହିଛି, ଯେଉଁଠି ଆପଣ ମହାଶିବରାତ୍ରୀ ବହୁତ ଧୁମ୍‌ଧାମ୍‌ରେ ପାଳନ କରିପାରିବେ। ତେଣୁ ଏଥର ମହାଶିବରାତ୍ରୀକୁ ସ୍ବତନ୍ତ୍ର ଭାବେ ପାଳନ କରିବାକୁ ଯାଆନ୍ତୁ ସେହି ସବୁ ଶୈବ ପୀଠକୁ। ଆସନ୍ତୁ ଜାଣିବା ଏଭଳି କେତେକ ସ୍ଥାନ ସମ୍ପର୍କରେ-

ହରିଦ୍ବାର, ଉତ୍ତରାଖଣ୍ଡ: ମହାଶିବରାତ୍ରୀ ଅବସରରେ ହରିଦ୍ବାରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଏହାର କାରଣ ଏଠାରେ ଥିବା ନୀଳକଣ୍ଠ ମହାଦେବ ମନ୍ଦିରରେ ଶିବରାତ୍ରୀ ବହୁତ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ହରିଦ୍ବାର ଏକ ଧାର୍ମିକ ସ୍ଥାନ। ଏଠାରେ କିଛି ଦୂର ବ୍ୟବଧାନରେ ଭଗବାନଙ୍କ ମନ୍ଦିର ରହିଛି। ଯାହା ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଉଛି। ତେଣୁ ଶିବରାତ୍ରୀ ଅବସରରେ ଆଖପାଖରେ କୌଣସି ସ୍ଥାନ ବୁଲିଯିବାକୁ ଚାହୁଁଥିଲେ ହରିଦ୍ବାର ଯାଇପାରିବେ।

- Advertisement -

ଲିଙ୍ଗରାଜ, ଭୁବନେଶ୍ବର: ଓଡ଼ିଶାର ମନ୍ଦିରମାଳିନୀ ସହର ଭାବେ ଜଣାଶୁଣା ଭୁବନେଶ୍ବରରେ ଥିବା ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଶିବରାତ୍ରୀ ଦିନ ପ୍ରବଳ ଭିଡ଼ ହୋଇଥାଏ। ଏଠାରେ ଜାଗର ମନାଇବା ପାଇଁ ସକାଳୁ ରାତି ଯାଏ ଭକ୍ତଙ୍କ ଆଗମନ ଦେଖିବାକୁ ମିଳେ। ଏହାବ୍ୟତୀତ ଏହି ମନ୍ଦିରର ଆଖପାଖରେ ଥିବା ଛୋଟ ବଡ଼ ମନ୍ଦିରରେ ମଧ୍ୟ ଜାଗର ଦିନ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳେ।

ଲୋକନାଥ ମନ୍ଦିର, ପୁରୀ: ଶଙ୍ଖ କ୍ଷେତ୍ର ଭାବେ ଜଣାଶୁଣା ଓଡ଼ିଶାର ପୁରୀ ସହର ଜଗନ୍ନାଥଙ୍କ ପାଇଁ ବେଶ୍‌ ଲୋକପ୍ରିୟ। ଏଠାରେ ଜଗନ୍ନାଥ ମନ୍ଦିରରେ ବାରମାସରେ ତେର ପର୍ବର ଆୟୋଜନ କରାଯାଇଥାଏ। ତେଣୁ ସବୁବେଳେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ। କିନ୍ତୁ ଜାଗର ଦିନ ପୁରୀରେ ଥିବା ଲୋକନାଥ ମହାଦେବଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ସକାଳୁ ରାତି ଯାଏ ଏଠାରେ ପୂଜା ଚାଲିଥିବାବେଳେ ରାତି ସାରା ଉଜାଗର ରହି ଭକ୍ତ ଦୀପ ଜାଳୁଥିବା ଦେଖିବାକୁ ମିଳେ।

ଗୁୱାହାଟୀ, ଆସାମ: ଗୁୱାହାଟୀର ଉମାନନ୍ଦ ମନ୍ଦିର ଯାଇ ମଧ୍ୟ ଶିବରାତ୍ରୀ ପାଳନ କରିପାରିବେ। ବ୍ରହ୍ମପୁତ୍ର ନଦୀରେ ଥିବା ପିକକ୍‌ ଆଇଲ୍ୟାଣ୍ଡରେ ଏହି ମନ୍ଦିର ନିର୍ମାଣ ହୋଇଛି। ଯାହା ଅତ୍ୟନ୍ତ ମନୋରମ ହେବା ସହ ଅନେକ ମାନ୍ୟତା ମଧ୍ୟ ବହନ କରୁଛି। ଏଠାରେ ଶିବରାତ୍ରୀ ଦିନ ଦେଶ ବିଦେଶର ଶ୍ରଦ୍ଧାଳୁ ଏକାଠି ହୋଇଥାଆନ୍ତି।

ଭାବନାଥ ତାଲେଟି, ଜୁନାଗଡ଼: ଗୁଜୁରାଟରେ ଥିବା ଜୁନାଗଡ଼ କେବଳ ଗିର ଜାତୀୟ ଉଦ୍ୟାନ ପାଇଁ ଜଣାଶୁଣା ନୁହେଁ, ଏହା ସାଧୁମାନଙ୍କ ସ୍ଥଳୀ ଭାବେ ମଧ୍ୟ ବେଶ୍‌ ଲୋକପ୍ରିୟ। ମହାଶିବରାତ୍ରୀ ଅବସରରେ ମହାଦେବଙ୍କୁ ଦର୍ଶନ କରିବାକୁ ଏଠାକୁ ସାଧୁ ଓ ଶ୍ରଦ୍ଧାଳୁ ଆସିଥାଆନ୍ତି। ୫ ଦିନ ଯାଏ ଚାଲୁଥିବା ଏହି ମେଳା ମହାଶିବରାତ୍ରୀରେ ଶେଷ ହୋଇଥାଏ।

ଖଜୁରାହୋ, ମଧ୍ୟ ପ୍ରଦେଶ: ଅନ୍ୟ ସମସ୍ତ ସ୍ଥାନ ଭଳି ମଧ୍ୟ ପ୍ରଦେଶରେ ମଧ୍ୟ ଭଗବାନ ଶିବଙ୍କ ଏହି ପର୍ବକୁ ନିଆରା ଓ ସ୍ବତନ୍ତ୍ର ଢଙ୍ଗରେ ପାଳନ କରାଯାଏ। ଏହି ଅବସରରେ ମାତଙ୍ଗେଶ୍ବର ମନ୍ଦିରରେ ୧୦ ଦିନ ପାଇଁ ମେଳାର ଆୟୋଜନ କରାଯାଏ

ଉଜ୍ଜୈନ, ମଧ୍ୟ ପ୍ରଦେଶ: ଉଜ୍ଜୈନର ମହାକାଳେଶ୍ବର ମନ୍ଦିରରେ ମଧ୍ୟ ଶିବରାତ୍ରୀ ନିଆରା ଢଙ୍ଗରେ ପାଳନ କରାଯାଏ। ଏହି ମନ୍ଦିରଟି ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ। ସିପ୍ରା ନଦୀ ତଟରେ ଏଠାରେ ଶିବରାତ୍ରୀ ପର୍ବକୁ ଧୁମ୍‌ଧାମ୍‌ରେ ପାଳନ କରାଯାଏ

ମଣ୍ଡି, ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ମଣ୍ଡି ଏକ ବହୁତ ଛୋଟ ସହର, କିନ୍ତୁ ଏଠାରେ ପାଳନ କରାଯାଉଥିବା ମହାଶିବରାତ୍ରୀର ଚର୍ଚ୍ଚା ଦୂର ଦୂରାନ୍ତର ଯାଏ ହୋଇଥାଏ। ମଣ୍ଡିର ଭୂତନାଥ ମନ୍ଦିରରେ ଶିବରାତ୍ରୀରେ ଭୋରୁ ଭକ୍ତଙ୍କ ଭିଡ଼ ଆରମ୍ଭ ହୋଇଯାଏ ଓ ଏହା ରାତି ଯାଏ ଚାଲିଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories