www.samajalive.in
Sunday, December 7, 2025
15.1 C
Bhubaneswar

୩ ନାଗା ବିଦ୍ରୋହୀ ଗୋଷ୍ଠୀ ସହିତ ଅସ୍ତ୍ରବିରତି ରାଜିନାମା ଅବଧି ବର୍ଷେ ବଢିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନାଗାଲାଣ୍ଡରେ ତିନିଟି ବିଦ୍ରୋହୀ ଗୋଷ୍ଠୀ ସହିତ ଅସ୍ତ୍ରବିରତି ଅବଧିକୁ ଆଉ ଏକ ବର୍ଷ ବୃଦ୍ଧି କରିଛନ୍ତି। ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଫଳରେ ଏହି ରାଜିନାମାର ଅବଧି ୨୦୨୨ ଏପ୍ରିଲ ପର୍ଯ୍ୟନ୍ତ ବଳବତ୍ତର ରହିବ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସଂକ୍ରାନ୍ତରେ ଏକ ବିବୃତି ଜାରି କରାଯାଇଛି। ସେଥିରେ କୁହାଯାଇଛି ଯେ ଭାରତ ସରକାର ଏବଂ ନ୍ୟାସନାଲ ସୋସାଲିଷ୍ଟ କାଉନସିଲ ଅଫ ନାଗାଲାଣ୍ଡ/ଏନକେ (ଏନଏସସିଏନ/ଏନକେ), ନ୍ୟାସନାଲ ସୋସାଲିଷ୍ଟ କାଉନସିଲ ଅଫ ନାଗାଲାଣ୍ଡ/ରିଫର୍ମେସନ (ଏନଏସସିଏନ/ଆର) ଏବଂ ନ୍ୟାସନାଲ ସୋସାଲିଷ୍ଟ କାଉନସିଲ ଅଫ ନାଗାଲାଣ୍ଡ/କେ-ଖାଙ୍ଗୋ (ଏନଏସସିଏନ-ଖାଙ୍ଗୋ) ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ରାଜିନାମା ଏବେ କାର୍ଯ୍ୟକ୍ଷମ ରହିଛି। ବିବୃତିରେ ଏହାମଧ୍ୟ କୁହାଯାିଛି ଯେ ଏନଏସସିଏନ/ଏନକେ ଏବଂ ଏନଏସସିଏନ/ଆର ସହିତ ଏହି ରାଜିନାମାକୁ ଚଳିତ ବର୍ଷ ଏପ୍ରିଲ ୨୮ରୁ ୨୦୨୨ ଏପ୍ରିଲ ୨୭ ପର୍ଯ୍ୟନ୍ତ ଏକବର୍ଷ ପାଇଁ ଏବଂ ଏନଏସସିଏନ/କେ-ଖାଙ୍ଗୋ ସହିତ ରାଜିନାମା ୨୦୨୨ ଏପ୍ରିଲ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ ୧୯୯୭ରେ ଏନଏସସିଏନ-ଆଇଏମ୍‍ କେନ୍ଦ୍ର ସରକାରଙ୍କ ସହିତ ଅସ୍ତ୍ରବିରତି ରାଜିନାମାରେ ସ୍ୱାକ୍ଷର କରିଥିଲା ଏବଂ ସେବେଠାରୁ ଉଭୟ ପକ୍ଷ ଶାନ୍ତି ଆଲୋଚନା ଜାରି ରଖିଛନ୍ତି।
୨୦୧୫ ଅଗଷ୍ଟ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏନଏସସିଏନ-ଆଇଏମ ନାଗା ପ୍ରସଙ୍ଗର ସ୍ଥାୟୀ ସମାଧାନ ପାଇଁ ଏକ କାର୍ଯ୍ୟବ୍ୟବସ୍ଥା ରାଜିନାମାରେ ସ୍ୱାକ୍ଷର କରିଥିଲା। ଦୀର୍ଘ ୧୮ବଷଁ ଧରି ପ୍ରାୟ ୮୦ ପର୍ଯ୍ୟାୟ ଆଲୋଚନା ପରେ ଏହି କାର୍ଯ୍ୟବ୍ୟବସ୍ଥା ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ତେବେ ସଂପ୍ରତି ଏନଏସସିଏନ-ଆଇଏମ ଏକ ପୃଥକ ନାଗା ପତାକା ଏବଂ ସମ୍ବିଧାନ ଦାବି କରୁଥିବାବେଳେ କେନ୍ଦ୍ର ସରକାର ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ସେହି କାରଣରୁ ଦୁଇପକ୍ଷ ମଧ୍ୟରେ ଚାଲିଥିବା ଆଲୋଚନାରେ ଅଗ୍ରଗତି ଘଟୁନାହିଁ। ସେହିଭଳି ଏନଏସସିଏନ-କେ ୨୦୦୧ରେ କେନ୍ଦ୍ର ସରକାରଙ୍କ ସହିତ ଅସ୍ତ୍ରବିରତି ରାଜିନାମାରେ ସ୍ୱାକ୍ଷର କରିଥିଲା ଏବଂ ୨୦୧୫ରେ ଏହାର ଅଧ୍ୟକ୍ଷ ଏସ ଏସ ଖାପଲାଙ୍ଗ ଜୀବିତ ଥିବାବେଳେ ଏହା ରାଜିନାମାକୁ ଏକତରଫା ଭାବେ ନାକଚ କରିଦେଇଥିଲା। ତେବେ ୨୦୨୦ରେ କୁଖ୍ୟାତ ଉଗ୍ରବାଦୀ ନିକି ସୁମିଙ୍କ ନେତୃତ୍ୱରେ ଏନଏସସିଏନ-କେ ଅସ୍ତ୍ରବିରତି ଗୋଷଣା କରିବା ସହିତ ଏହା ଶାନ୍ତି ଆଲୋଚନା ପାଇଁ କେନ୍ଦ୍ର ସରକାରଙ୍କ ସହିତ ଯୋଗାଯୋଗ କରିଛି ବୋଲି କହିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories