www.samajalive.in
Tuesday, December 9, 2025
16.1 C
Bhubaneswar

ସବୁ ଥାନାରେ ସିସିଟିଭି ଲଗାଇବା ପ୍ରସଙ୍ଗ : କେନ୍ଦ୍ରଠାରୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶର ପ୍ରତ୍ୟେକଟି ଥାନାରେ ସିସିଟିଭି ଲଗାଇବା ଓ ଥାନାକୁ ଆସୁଥିବା ଅଭିଯୁକ୍ତଙ୍କର ବୟାନ ଅଡିଓ ଭିଡିଓ ମାଧ୍ୟମରେ ରେକର୍ଡିଂ କରାଯିବା ସମ୍ପର୍କିତ ନିର୍ଦେଶର କାର୍ଯ୍ୟକାରିତା ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଠାରୁ ରିପୋର୍ଟ ମାଗିଛନ୍ତି। ୨୦୧୮ରେ ସୁପ୍ରିମକୋର୍ଟ ଦେଇଥିବା ଏହି ନିର୍ଦେଶକୁ କେତେଦୂର କାର୍ଯ୍ୟକାରୀ କରାଯାଇଛି ସେ ସମ୍ପର୍କିତ ଅଗ୍ରଗତି ରିପୋର୍ଟ ଆଗାମୀ ସେପ୍ଟେମ୍ବର ୭ତାରିଖରେ ଦେବାକୁ ବିଚାରପତି ଆରଏଫ ନରିମାନଙ୍କ ନେତୃତ୍ୱ ସୁପ୍ରିମକୋର୍ଟଙ୍କ ପୀଠ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳଙ୍କୁ ନିର୍ଦେଶ ଦେଇଛନ୍ତି। ତେବେ ନିର୍ଦେଶ କାର୍ଯ୍ୟକାରିତା ସମ୍ପର୍କିତ ସତ୍ୟପାଠ ସହିତ ଏହି ନିର୍ଦେଶକୁ କାର୍ଯ୍ୟକାରୀ କରିବା ଲାଗି ସୁପ୍ରିମକୋର୍ଟ ଆଟର୍ଣ୍ଣି ଜେନେରାଲଙ୍କ ସହଯୋଗ ଲୋଡିଛନ୍ତି। ପଞ୍ଜାବର ପୁଲିସ ଅଧିକାରୀ (ଡିଏସପି) ପରମବୀର ସିଂହଙ୍କ ଏକ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ସୋମବାର ଏହି ନିର୍ଦେଶ ଦେଇଛନ୍ତି। ଏକ ହତ୍ୟା ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଥାନାରେ ୫ଦିନ ଅଟକ ରଖିବା ଓ ସେମାନଙ୍କୁ ନିର୍ଯାତନା ଦେବା ନେଇ ପରମବୀର ସିଂହଙ୍କ ବିରୋଧରେ ମାମଲା ଚାଲୁ ରହିଛି। ପରମବୀର ଓ ଅନ୍ୟ ୫ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ମାମଲା ଚାଲୁ କରିବା ଲାଗି ୨୦୧୬ ନଭେମ୍ବରରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ନିର୍ଦେଶ ଦେଇଥିଲେ। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ସମସ୍ୟାର ମୂଳ କାରଣ ଉପରେ ଦୃଷ୍ଟି ପକାଇଛନ୍ତି। ଥାନାରେ ଘଟୁଥିବା ଏପରି ସମସ୍ୟାକୁ ସମାଧାନ ଲାଗି ସୁପ୍ରିମକୋର୍ଟ ୨୦୧୮ରେ ଦେଇଥିବା ନିର୍ଦେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଥାନାରେ ସିସିଟିଭି ଲଗାଯିବା ଦ୍ୱାରା କେଉଁ ଅଭିଯୁକ୍ତ କେତେବେଳେ ଥାନାକୁ ଆସିଲେ ଓ ଥାନାରେ କେତେ ସମୟ ରହିଲେ ତାର ସବିଶେଷ ତଥ୍ୟ ଜଣାପଡ଼ିବ। ଏହା ସହିତ ଥାନାରେ ତାଙ୍କ ବୟାନର ଅଡିଓ-ଭିଡିଓ ରେକର୍ଡିଂ ଦ୍ୱାରା ଏହି ସମସ୍ୟା ସମାଧାନ ହେବା ସ୍ୱାଭାବିକ। ଥାନାଗୁଡିକରେ ମାନବାଧିକାର ଉଲ୍ଲଙ୍ଘନ ଭଳି ଘଟଣାକୁ ରୋକାଯାଇପାରିବ। ତେବେ ସୁପ୍ରିମକୋର୍ଟଙ୍କ ଏପରି ନିର୍ଦେଶ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକ ଅବହେଳା କରିଥିବା ଜଣାଯାଇଛି। ଆଜିର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରତ୍ୟେକ ରାଜ୍ୟ ସରକାର ନିଜସ୍ୱ ପ୍ରତିଶ୍ରୁତିବଦ୍ଧତାକୁ କାର୍ଯ୍ୟକାରୀ ପୂର୍ବକ ଥାନାଗୁଡିକରେ ସିସିଟିଭି ଫୁଟେଜ ଲଗାଇବାର ବ୍ୟବସ୍ଥା କରିବା ଦରକାର। ଏହା ଉପରେ ନିଜର ମତାମତ ଦେବା ଦରକାର। ସୁପ୍ରିମକୋର୍ଟ ଆହୁରି କହିଛନ୍ତି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଏଥିପାଇଁ ଆବଶ୍ୟକ ପାଣ୍ଠି ଯୋଗାଇ ଦେବା ଦରକାର।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories