www.samajalive.in
Sunday, December 7, 2025
13.1 C
Bhubaneswar

ଏଲଆଇସିରୁ ପୁଞ୍ଜି ପ୍ରତ୍ୟାହାରକୁ ଅନୁମୋଦନ; ଅର୍ଥମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ମଣ୍ଡଳୀ ନେବେ ପରିମାଣ ସମ୍ପର୍କରେ ନିଷ୍ପତ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରୁ ପୁଞ୍ଜି ପ୍ରତ୍ୟାହାରକୁ ଅର୍ଥନୈତିକ ବ୍ୟାପାର ପ୍ରସଙ୍ଗରେ ଗଠିତ କ୍ୟାବିନେଟ କମିଟି (ସିସିଇଏ) ଅନୁମୋଦନ କରିଛି। ଏଲଆଇସିରୁ କେତେ ପରିମାଣରେ ପୁଞ୍ଜି ପ୍ରତ୍ୟାହାର ହେବ ସେ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଗଠିତ ଏକ କମିଟି ନିଷ୍ପତ୍ତି ନେବେ ବୋଲି ଜଣାଯାଇଛି।
ଜଣେ ସରକାରୀ ମୁଖପାତ୍ର କହିଛନ୍ତି, ସିସିଇଏ ଏଲଆଇସିର ଇନିସିଆଲ ପବ୍ଲିକ ଅଫର (ଆଇପିଓ)କୁ ଅନୁମୋଦନ କରିଛି। ତେବେ ନିଗମରୁ କେତେ ପରିମାଣର ପୁଞ୍ଜି ପ୍ରତ୍ୟାହାର ହେବ, ଏହାର ମୂଲ୍ୟ କେତେ ରଖାଯିବ, କେବେ ହେବ ସେସବୁ ସମ୍ପର୍କରେ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଗଠିତ କମିଟି ନିଷ୍ପତ୍ତି ନେବ। କେନ୍ଦ୍ର ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର ଏବଂ ସରକାରୀ ସମ୍ପତ୍ତି ପରିଚାଳନା ବିଭାଗ (ଡିଆଇପିଏଏମ) ଚଳିତ ବର୍ଷ ଜାନୁଆରୀରେ ଏଲଆଇସିର ସନ୍ନିହିତ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ମିଲିମାନ୍‍ ଆଡଭାଇଜର୍ସ ଏଲଏଲପି ଇଣ୍ଡିଆକୁ ନିଯୁକ୍ତ କରିଥିଲା। ଏଲଆଇସିର ଆଇପିଓ ଇସ୍ୟୁ କରାଯିବା ପୂର୍ବରୁ ଏହି ମୂଲ୍ୟ ନିର୍ଦ୍ଧାରଣ ସକାଶେ ନିଷ୍ପତ୍ତି ନିଆଯାଇଥିଲା। ସୂଚନାଯୋଗ୍ୟ ଯେ ଏଲଆଇସିର ଆଇପିଓ ଭାରତର କର୍ପୋରେଟ ଇତିହାସରେ ସର୍ବବୃହତ ପବ୍ଲିକ ଇସ୍ୟୁ ହେବ ବୋଲି କୁହାଯାଉଛି। ଇତିମଧ୍ୟରେ ଏଲଆଇସି ଆଇନରେ ସଂଶୋଧନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରାଯାଇସାରିଛି ଏବଂ ଉକ୍ତ ସଂସ୍ଥା ଖୁବଶୀଘ୍ର ଏଲଆଇସିର ଅନ୍ତର୍ନିହିତ ମୂଲ୍ୟ ନିର୍ଦ୍ଧାରଣ କରିବା ଆଶା କରାଯାଉଛି। ଏଥିରେ ଏଲଆଇସିର ବର୍ତ୍ତମାନ ରହିଥିବା ନେଟ୍‍ ସଂପତ୍ତି ମୂଲ୍ୟ ସହିତ ଭବିଷ୍ୟତର ଲାଭ ଉପାର୍ଜନ ପରିମାଣ ମଧ୍ୟ ହିସାବକୁ ନିଆଯିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories