www.samajalive.in
Monday, December 8, 2025
20.1 C
Bhubaneswar

ସିବିଏସ୍‌ଇ ଦଶମ, ଦ୍ୱାଦଶ ପାଠ୍ୟ ଓ ପରୀକ୍ଷା ଖସଡ଼ା ଘୋଷିତ : ୫୦% ଲେଖାଏଁ ପାଠରେ ଦୁଇ ପର୍ଯ୍ୟାୟ ପରୀକ୍ଷା

ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ଆଗକୁ କିଭଳି ପାଠପଢା ଓ ପରୀକ୍ଷା କରାଯିବ ସେଥିନେଇ ଖସଡ଼ା ପ୍ରସ୍ତୁତ କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ)। ୨୦୨୧-୨୨ ଶିଷାବର୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟକ୍ରମ ସହିତ ପରୀକ୍ଷା ଖସଡ଼ା ସୋମବାର ସିବିଏସଇ ପକ୍ଷରୁ ଘୋଷଣା କରାଯାଇଛି। ଦୁଇଟି ପର୍ଯ୍ୟାୟ (ଟର୍ମ)ରେ ପୂରା ପାଠ୍ୟକ୍ରମକୁ ବିଭକ୍ତ କରାଯାଇଛି। ପ୍ରତି ପର୍ଯ୍ୟାୟରେ ୫୦ ପ୍ରତିଶତ ପାଠ୍ୟକ୍ରମ ପଢାଯାଇ ପରୀକ୍ଷା କରାଯିବ। ସିବିଏସଇ ପକ୍ଷରୁ ମାର୍ଚ୍ଚ ୩୧ ତାରିଖରେ ଯେଉଁ ପାଠ୍ୟକ୍ରମ (ସିଲାବସ୍‌) ପ୍ରକାଶ ପାଇଥିଲା, ତାହାକୁ ସିବିଏସଇ ପରିଚାଳିତ ସମସ୍ତ ଅନୁବନ୍ଧିତ ବିଦ୍ୟାଳୟ ଗୁଡିକ ଅନୁସରଣ କରିବେ। ଆଭ୍ୟନ୍ତରୀଣ ମୂଲ୍ୟାୟନ (ଇଣ୍ଟରନାଲ ଆସେସ୍‌ମେଣ୍ଟ), ବ୍ୟାବହାରିକ (ପ୍ରାକ୍ଟିକାଲ) ପରୀକ୍ଷା ଓ ପ୍ରକଳ୍ପ (ପ୍ରୋଜେକ୍ଟ)କୁ ଗୁରୁତ୍ୱ ଦେବାକୁ ସିବିଆଇ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆସନ୍ତା ନଭେମ୍ବର ଓ ଡିସେମ୍ବର ମଧ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରଥମ ପର୍ଯ୍ୟାୟ ପରୀକ୍ଷା କରାଯିବ। ୯୦ ମିନିଟ୍‌ ପରୀକ୍ଷାରେ କେବଳ ପସନ୍ଦଯୋଗ୍ୟ (ମଲ୍‌ଟିପୁଲ ଚଏସ୍‌) ପ୍ରଶ୍ନ ପଡିବ। ବିଦ୍ୟାଳୟକୁ ପ୍ରଶ୍ନପତ୍ର ଓ ଓଏମଆର (ଅପ୍‌ଟିକାଲ ମାର୍କ ରିଡର) ସିଟ୍‌ ସିବିଏସଇ ପଠାଇବ ଏବଂ ଉତ୍ତରପତ୍ରକୁ ସିବିଏସଇ ପୋର୍ଟାଲରେ ଅପଲୋଡ୍ କରାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ୨୦୨୨ ମାର୍ଚ୍ଚ ଓ ଏପ୍ରିଲ ମଧ୍ୟରେ କରାଯିବ। ପରୀକ୍ଷା ସମୟ ୨ ଘଣ୍ଟା (୧୨୦ ମିନିଟ୍‌)ର ରହିବ। ଏଥିରେ ସଂକ୍ଷିପ୍ତ ଓ ଦୀର୍ଘ ପ୍ରଶ୍ନ ରହିବ; କିନ୍ତୁ ଯଦି ସେତେବେଳକୁ କରୋନା ପରିସ୍ଥିତିରେ ସୁଧାର ଆସି ନ ଥାଏ, ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ୯୦ ମିନିଟର ପରୀକ୍ଷା ହେବ ଏବଂ ଏଥିରେ କେବଳ ପସନ୍ଦଯୋଗ୍ୟ ପ୍ରଶ୍ନର ଉତ୍ତର ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡିବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories