www.samajalive.in
Monday, December 8, 2025
27.1 C
Bhubaneswar

ଏହି ସବୁ ଭୁଲ୍‌ ଦ୍ବାରା ମସ୍ତିଷ୍କ ମାନ୍ଦା ହୋଇଥାଏ!

କେବଳ ଆଘାତ ଲାଗିବା କିମ୍ବା ଭୁଲ୍ ଔଷଧ ସେବନ ଦ୍ୱାରା ମସ୍ତିଷ୍କର କ୍ଷତି ହୋଇଥାଏ, ତାହା ନୁହେଁ। ଦିନସାରା ଧାଁଦୌଡ ଭିତରେ ଆମେ ଅଜାଣତରେ ଏପରି କିଛି ଭୁଲ୍ କରିବସୁ ଯାହା ମସ୍ତିଷ୍କର କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରେ।

ପର୍ଯ୍ୟାପ୍ତ ନିଦର ଅଭାବ: ଅତି କମରେ ୭ଘଣ୍ଟା ଭଲରେ ନ ଶୋଇ ପାରିଲେ ମସ୍ତିଷ୍କକୁ ଆରାମ ମିଳେନାହିଁ। ତେଣୁ ଧୀରେଧୀରେ ଏହାର କାର୍ଯ୍ୟଦକ୍ଷତା କମ୍ ହୋଇଯାଏ।

- Advertisement -

ନିଃସଙ୍ଗତା: ଅଧିକାଂଶ ସମୟରେ ଏକାକୀ ରହିବା ମଧ୍ୟ ମସ୍ତିଷ୍କ ପାଇଁ କ୍ଷତିକାରକ। ଏହା ଆଲଜାଇମର ହେବାର ଆଶଙ୍କା ବଢାଏ।

ଜଙ୍କଫୁଡ୍ ଅଧିକ ଖାଇବା: ଏଥିରେ ସୋଡିୟମ ପ୍ରଚୁର ପରିମାଣରେ ଥାଏ ଯାହା ମସ୍ତିଷ୍କର ନ୍ୟୁରନ୍ ରିସେପ୍ଟରଗୁଡିକ ଲାଗି କ୍ଷତିକାରକ। ଅତ୍ୟଧିକ ଜଙ୍କଫୁଡ ଖାଇଲେ ବିଭ୍ରାନ୍ତି, ମୁଣ୍ଡବ୍ୟଥା, ବାନ୍ତି ହେବା ପରି ସମସ୍ୟା ଦେଖାଯାଏ।

ଜୋର୍ ଗୀତ ଶୁଣିବା: କ୍ରମାଗତ ଭାବେ ଘଣ୍ଟାଧିକ କାଳ ହେଡ୍ ଫୋନ୍ କିମ୍ବା ଇୟର ଫୋନ୍ ଲଗାଇ ଜୋର୍ ଶବ୍ଦରେ ଗୀତ ଶୁଣିବା ମଧ୍ୟ ମସ୍ତିଷ୍କର କୋଷ ପ୍ରତି କ୍ଷତିକାରକ। ଏହା ମଧ୍ୟ ଆଲଝିମର ରୋଗର କାରଣ ହୋଇପାରେ।

ଅଳସୁଆମି: ନିୟମିତ ଭାବେ କୌଣସି ପ୍ରକାର ଶାରୀରିକ କାର୍ଯ୍ୟ ନକରିବା ଦ୍ୱାରା ଡାଇବେଟିସ୍, ହୃଦରୋଗ ତଥା ଉଚ୍ଚ ରକ୍ତଚାପ ଭଳି ସମସ୍ୟା ବଢିଯାଏ। ଏହା ମଧ୍ୟ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।

ଧୂମପାନ: ଏହା କରିବା ଦ୍ୱାରା ଶରୀରରେ ଏକାଧିକ କ୍ଷତିକାରକ ରସାୟନ କ୍ଷରଣ ହୋଇଥାଏ ଯାହା ରକ୍ତକୁ ବହଳିଆ କରିଦିଏ। ତେଣୁ ମସ୍ତିଷ୍କ ପର୍ଯ୍ୟନ୍ତ ଠିକ୍ ଭାବେ ରକ୍ତଯୋଗାଣ ହୋଇନପାରି କ୍ଷତି କରେ।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories