ଶୀତରେ ପାଦର ଯତ୍ନ
ଶୀତ ଋତୁର ଆରମ୍ଭରୁ ହିଁ ଅଧିକାଂଶଙ୍କ ପାଦ ଫଟା ସମସ୍ୟା ଦେଖାଦିଏ। ଏଣୁ ଏଥିପ୍ରତି ଯତ୍ନବାନ୍ ହେବା ଆବଶ୍ୟକ। ନିୟମିତ ଭାବେ ପାଦରେ ସକାଳ ଓ ସଞ୍ଜରେ ମଏଶ୍ଚରାଇଜର୍ ଲଗାନ୍ତୁ। ଏହା ପାଦକୁ କୋମଳ ରଖିବା ସହ ପାଦ ଫଟାକୁ କମ୍ କରିଥାଏ।
- ଘରେ ମୋଜା ପିନ୍ଧି ଚଳପ୍ରଚଳ କରନ୍ତୁ। ଏପରି କରିବା ଦ୍ବାରା ପାଦରେ ଧୂଳିମଳି ନ ଲାଗିବା ସହ ଫଟା ମଧ୍ୟ ହୁଏନାହିଁ।
- ସପ୍ତାହରେ ଥରୁଟିଏ ଉଷୁମ ପାଣିରେ ପାଦ ବୁଡ଼ାଇ ରଖିବା ଉଚିତ। ,ଏହା ଦ୍ବାରା ପାଦକୁ ଆରାମ ମିଳିଥାଏ।
- ୮ ରୁ ୧୦ ଗିଲାସ ପାଣି ପିଇବା ଦ୍ବାରା ଶରୀରକୁ ଉତ୍ତମ ପୋଷଣ ମିଳେ, ଯାହା ଦ୍ବାରା ତ୍ବଚା ଶୁଷ୍କ ହୁଏନାହିଁ। ପାଣି ଅଭାବରେ ହିଁ ଓଠ, ପାପୁଲି ଓ ପାଦରୁ ଚମ ଛାଡ଼େ।
- ଶୀତଦିନେ ପାଦ ନିମନ୍ତେ ଉଷୁମ ପାଣି ଚିକିତ୍ସା ଖୁବ୍ ଉପକାରୀ। ବିଶେଷଜ୍ଞଙ୍କ ମତରେ ପାଦ ଫାଟି ରକ୍ତ ବାହାରୁଥିଲେ ମଧ୍ୟ ଏଇ ଉପାୟ ଅବଲମ୍ବନ କରିବା ଉଚିତ।
Comments are closed.