www.samajalive.in
Monday, December 8, 2025
27.1 C
Bhubaneswar

ଡିଭାଇଡରରେ ପିଟି ହୋଇ ଅପରପାର୍ଶ୍ୱରେ ବସ୍‌କୁ ଧକ୍କାଦେଲା କାର୍‌: ଜଣେ ମୃତ, ୩ ଗୁରୁତର

ଭୁବନେଶ୍ବର: ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା​‌ ଘଟିଛି। ଉତ୍ତର ଭୁବନେଶ୍ବର ଭସାଣୀ କମିଟି ପଡ଼ିଆ ନିକଟରେ ଏକ କାର୍‌ ଦ୍ରୁତ ଗତିରେ ଆସି ଡିଭାଇଡରରେ ପିଟି ହୋଇ ଅପରପାର୍ଶ୍ୱ ରାସ୍ତାରେ ଥିବା ଏକ ବସ୍‌କୁ ଧକ୍କା ଦେଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତଙ୍କ ନାଁ ଅରିଞ୍ଜୟ ଦେ ବୋଲି ଜଣାପଡ଼ିଛି। ଗୁରୁତର ଆହତ ହୋଇଥିବା ରାଜଦୀପ ଦତ୍ତ, ରିତପ୍ରତ ସରକାର ଏବଂ ଅର୍ଣ୍ଣବଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ କାର୍‌ଟି ଭାଙ୍ଗିରୁଜି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଚନ୍ଦ୍ରଶେଖରପୁର ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories