www.samajalive.in
Monday, December 8, 2025
20.1 C
Bhubaneswar

ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଓଲଟିଲା କାର, ୪ ଆହତ

ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ମାଣ୍ଡିମେରା ନିକଟରେ ଏକ କାର କୋରାପୁଟ ଅଞ୍ଚଳରୁ ଭୁବନେଶ୍ବରକୁ ଶୁକ୍ରବାର ଭୋର ସମୟରେ ଯାଉଥିବା ବେଳେ ହଠାତ କୌଣସି କାରଣରୁ ଭାରସାମ୍ୟ ହରାଇ ବୁଲାଣି ରାସ୍ତାରେ ଓଲଟି ପଡିଥିଲା। ଯାହା ଫଳରେ ଗାଡ଼ିରେ ବସିଥିବା ଚାଳକଙ୍କ ସମେତ ୩ ଜଣଙ୍କ ମୁଣ୍ଡ, ଗୋଡ଼, ହାତରେ ଗଭୀର ଆଘାତ ଲାଗିଛି। ସେମାନେ ହେଲେ ଭୁବନେଶ୍ଵର ଅଞ୍ଚଳର ଦିଲ୍ଲୀପ କୁମାର ସାହୁ, ପବିତ୍ର କୁମାର ପଟ୍ଟନାୟକ, ଶମ୍ଭୁନାଥ ଦାଶ, ସୌଭାଗ୍ୟ କେଶରୀ ଚାନ୍ଦ । ସମସ୍ତେ ଆସି ପ୍ରଥମେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ହେବା ପରେ ଏକ ଗାଡି ଭଡା କରି ଭୁବନେଶ୍ୱରକୁ ଅଧିକ ଚିକିତ୍ସା ହେବା ପାଇଁ ଯାଇଛନ୍ତି ବୋଲି ଗାଡ଼ି ଚାଳକ ତଥା ମାଲିକ ଶ୍ରୀ ସାହୁ କହିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories