www.samajalive.in
Tuesday, December 9, 2025
17.1 C
Bhubaneswar

କ୍ୟାପିଟାଲ ହସ୍ପିଟାଲ : ଅଂଶୁଘାତ ମୃତ୍ୟୁ ଯାଞ୍ଚ ପାଇଁ କମିଟି

ଭୁବନେଶ୍ୱର : ଅଂଶୁଘାତ ପାଇଁ କ୍ୟାପିଟାଲ ହସ୍ପିଟାଲରେ ପଦକ୍ଷେପ ଗ୍ରହଣ କରାଯାଇଛି। ନିକଟରେ ଡିଆରଡିଏରେ ବୈଠକ ହୋଇଥିବାବେଳେ ଡାକ୍ତରଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ପୂର୍ବରୁ ୧୦ ଶଯ୍ୟାର ଏକ ୱାର୍ଡ ସଂରକ୍ଷିତ ଥିବାବେଳେ ଏହାକୁ କାର୍ଯ୍ୟକ୍ଷମ କରାଯାଇ ଅଂଶୁଘାତ ୱାର୍ଡ କରାଯାଇଛି। ସେହିପରି ଅଧିକରୁ ଅଧିକ ସାଲାଇନ ଏବଂ ଓଆରଏସ୍‌ ରଖିବାକୁ ପରାମର୍ଶ ଦିଆଯାଇଛି।
ଅଂଶୁଘାତଜନିତ ରୋଗୀ ପ୍ରଥମେ ଆଶୁଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହେବା ପର୍ଯ୍ୟନ୍ତ ୱାର୍ଡରେ ରହିବେ। ଅନ୍ୟପକ୍ଷରେ ଯଦି ଅଂଶୁଘାତରେ ରୋଗୀ ଗୁରୁତର ହୁଅନ୍ତି ବା ସେମାନଙ୍କ ମୃତ୍ୟୁ ହୁଏ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମସ୍ତ ତଥ୍ୟ ସିଡିଏମ୍‌ଙ୍କୁ ଦିଆଯିବ। ଏନେଇ ଏକ କମିଟି ଗଠନ କରାଯାଇ ଯାଞ୍ଚ୍‌ କରାଯିବ ବୋଲି ସୂଚନା ମିଳିଛି। ଏହାଛଡ଼ା ପ୍ରତି ୱାର୍ଡରେ ରହିଥିବା ବିଜୁଳି ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇ ପଙ୍ଖା, ଏସି ଏବଂ ରହିଥିବା ପାଣି ଟ୍ୟାପ୍‌କୁ ତଦାରଖ କରାଯିବ। ଯେଉଁଠି ତ୍ରୁଟି ଥିବ ତାହାକୁ ମରାମତି କରାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories