www.samajalive.in
Monday, December 8, 2025
27.1 C
Bhubaneswar

ବାଲଟ ଭୋଟ ପାଇଁ ଚନ୍ଦ୍ରବାବୁଙ୍କ ନିବେଦନ

ନୂଆଦିଲ୍ଲୀ : ଇଭିଏମ ମାଧ୍ୟମରେ ମତଦାନ ବନ୍ଦ କରି ବାଲଟ ପେପର ଦ୍ବାରା ଭୋଟ ଗ୍ରହଣ କରିବା ଲାଗି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ମୁଖ୍ୟ ନିର୍ବାଚନ କମିସନ (ସିଇସି) ସୁନୀଲ ଅରୋରାଙ୍କ ନିକଟରେ ନିବେଦନ କରିଛନ୍ତି। ଲୋକସଭା ତଥା ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷହେବାର ଦୁଇ ଦିନ ପରେ ନାଇଡୁ ଏହି ଦାବି ଉଠାଇଛନ୍ତି। ଏହାର କାରଣ ଦର୍ଶାଇ ସେ କହିଛନ୍ତି ଇଭିଏମର ବିଶ୍ବାସନୀୟତା ନେଇ ସନ୍ଦେହ ରହିଛି। ଏଣୁ ନିର୍ବାଚନକୁ ନିରପେକ୍ଷ କରାଇବା ତଥା ଗଣତନ୍ତ୍ରର ସୁରକ୍ଷା ଓ ନିର୍ବାଚନୀ ପ୍ରକ୍ରିୟାର ପବିତ୍ରତା ରକ୍ଷା କରିବା ନିମିତ୍ତ ତୁରନ୍ତ ବାଲଟ ପେପର ଦ୍ବାରା ଭୋଟିଂ କରାଇବାକୁ ସେ ନୂଆଦିଲ୍ଲୀଠାରେ ସିଇସିଙ୍କୁ ଭେଟି ନିବେଦନ କରିଛନ୍ତି। ଏଥିସହ ପ୍ରଥମ ପର୍ଯ୍ୟାୟ ନିର୍ବାଚନବେଳେ ଇସି ନିଜର ସାମ୍ବିଧାନିକ ଦାୟିତ୍ବ ସମ୍ପୂର୍ଣ୍ଣ କରିବାରେ ବିଫଳ ହୋଇଥିବା ସେ ଅଭିଯୋଗ ମଧ୍ୟ ଦର୍ଶାଇଛନ୍ତି। ରାଜ୍ୟରେ ୱାଇଏସ୍‌ ଜଗନମୋହନ ରେଡ୍ଡିଙ୍କ ନେତୃତ୍ବାଧୀନ ୱାଇଏସ୍‌ଆର କଂଗ୍ରେସ ସମର୍ଥକଙ୍କ ସହିତ ସଂଘର୍ଷବେଳେ ଟିଡିପି କର୍ମୀଙ୍କ ମୃତ୍ୟୁ ଘଟିବା ସମ୍ବନ୍ଧରେ ମଧ୍ୟ ସେ ସିଇସିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶର ସମସ୍ତ ୧୭୫ଟି ବିଧାନସଭା ଓ ୨୫ଟି ଲୋକସଭା ଆସନ ପାଇଁ ମତଦାନ ସମାପ୍ତ ହୋଇଛି। ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ରରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିବାରୁ ନାଇଡୁ ଇସିଙ୍କୁ କଡ଼ା ସମାଲୋଚନା କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories