www.samajalive.in
Sunday, December 7, 2025
15.1 C
Bhubaneswar

ତାଳଚେରେ କୋଇଲା ବାଷ୍ପୀକରଣ ପଦ୍ଧତିରେ ୟୁରିଆ ଉତ୍ପାଦନ : ଉତ୍ପାଦିତ ୟୁରିଆ ପାଇଁ ସ୍ୱତନ୍ତ୍ର ସବ୍‍ସିଡି ନୀତିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ: ତାଳଚେର ଠାରେ କୋଇଲା ବାଷ୍ପୀକରଣ (କୋଲ ଗ୍ୟାସିଫିକେସନ) ପଦ୍ଧତିରେ ୟୁରିଆ ଉତ୍ପାଦନ କରାଯିବ। ସେଠାରୁ ଉତ୍ପାଦିତ ୟୁରିଆ ନିମନ୍ତେ ସ୍ୱତନ୍ତ୍ର ସବ୍‍ସିଡି ନୀତି ପ୍ରବର୍ତ୍ତନ କରିବାକୁ କେନ୍ଦ୍ର ସରକାର ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ଦେଶରେ ରଣକୋୖଶଳାତ୍ମକ ଉର୍ଜା ନିରାପତ୍ତା ନୀତି ପ୍ରଚଳନ, ୟୁରିଆ ସାର କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ ଏବଂ ଦେଶରେ ଗଚ୍ଛିତ ଥିବା ବିପୁଳ କୋଇଲା ସମ୍ପଦକୁ ବିଚାରକୁ ନେଇ କେନ୍ଦ୍ର ସରକାର କୋଲ ଗ୍ୟାସିଫିକେସନ ବ୍ୟବସ୍ଥାରେ ୟୁରିଆ ଉତ୍ପାଦନ କରିବାକୁ ତାଳଚେର ସାର କାରଖାନାକୁ ଅନୁମତି ଦେବାପାଇଁ ନୀତିଗତ ଭାବେ ନିଷ୍ପତ୍ତି ନେଇଥିଲେ।

ଏହାଦ୍ୱାରା ଦେଶରେ ଚାଷୀଙ୍କର ୟୁରିଆ ଆବଶ୍ୟକତା ଅନେକାଂଶରେ ପୂରଣ ହୋଇପାରିବ। ଏଥିସହିତ ଦେଶର ପୂର୍ବାଞ୍ଚଳରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବାସହିତ ପୂର୍ବ ଭାରତକୁ ପଠାଯାଉଥିବା ସାର ପରିବହନ ବାବଦ ସବ୍‍ସିଡି ପରିମାଣ ଯଥେଷ୍ଟ ହ୍ରାସପାଇବ। ତଦ୍ଦ୍ୱାରା ସରକାରଙ୍କର ବିପୁଳ ଅର୍ଥ ସଞ୍ଚୟ ହୋଇପାରିବ। ଏହାସାଙ୍ଗକୁ ୟୁରିଆ ଆମଦାନୀ ପରିମାଣ ବର୍ଷକୁ ପ୍ରାୟ ୧୨.୭ ଲକ୍ଷ ଟନ୍‍ ହ୍ରାସପାଇବ। ୟୁରିଆ ଆମଦାନୀ ହ୍ରାସ ଦ୍ୱାରା ସରକାରଙ୍କର ବିପୁଳ ପରିମାଣର ବୈଦେଶିକ ବିନିମୟ ମୁଦ୍ରା ମଧ୍ୟ ସଂଚିତ ହୋଇପାରିବ। ତତ୍‍ସହିତ ଏହି ପ୍ରକଳ୍ପ ସ୍ଥାପନ ଦ୍ୱାରା ତାଳଚେର ଏବଂ ତାହାର ପାଶ୍ୱର୍ବର୍ତ୍ତୀ ଅଂଚଳରେ ନୂଆ ଉଦ୍ୟୋଗ ଓ ବ୍ୟବସାୟ ପ୍ରୋତ୍ସାହିତ ହେବ।

- Advertisement -

ଦେଶରେ କୋଇଲା ମୂଲ୍ୟ ପ୍ରାୟତଃ ସ୍ଥିର ରହୁଥିବା ଏବଂ ଏହା ପ୍ରଚରୁ ପରିମାଣରେ ମିଳୁଥିବାରୁ ସରକାରଙ୍କର ଏହି ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ମନେହେଉଛି। ଏହାର ବ୍ୟବହାର ଦ୍ୱାରା ୟୁରିଆ ଉତ୍ପାଦନ ପାଇଁ ଆବଶ୍ୟକ ପଡୁଥିବା ପ୍ରାକୃତିକ ଗ୍ୟାସ ଆମଦାନୀ ମଧ୍ୟ ଯଥେଷ୍ଟ ହ୍ରାସପାଇବ ଏବଂ ତଦ୍‍ଜନିତ ସରକାରଙ୍କ ଖର୍ଚ୍ଚ ହ୍ରାସପାଇବ। ଏଥିପାଇଁ ତାଳଚେର ସାର କାରଖାନାରେ ସ୍ୱଳ୍ପ ମୂଲ୍ୟ ଓ ପ୍ରଦୂଷଣମୁକ୍ତ ପ୍ରଯୁକ୍ତି ବ୍ୟବହାର କରାଯାଉଛି। ସୂଚନାଯୋଗ୍ୟ ଯେ ତାଳଚେର ସାର କାରଖାନା ରାଷ୍ଟ୍ରୀୟ କେମିକାଲ୍ସ ଓ ଫର୍ଟିଲାଇଜର୍ସ, ଗେଲ ଇଣ୍ଡିଆ ଲିମିଟେଡ, କୋଲ ଇଣ୍ଡିଆ ଲିମିଟେଡ ଏବଂ ଭାରତୀୟ ସାର ନିଗମ ଆଦି ଚାରିଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଏକ ଯୋୖଥ ପ୍ରକଳ୍ପ। ୨୦୧୫ ନଭେମ୍ବର ୧୩ରେଏହି ଯୋୖଥ ଉଦ୍ୟୋଗ ଗଠନ କରାଯାଇଥିଲା। ପୂର୍ବରୁ ତାଳଚେର ସାର କାରଖାନା କେବଳ ଭାରତୀୟ ସାର ନିଗମ ଅଧୀନରେ କାର୍ଯ୍ୟ କରୁଥିଲା। ପୁରାତନ ପ୍ଲାଣ୍ଟ ପରିସରରେ ଏକ ନୂଆ କୋଲ ଗ୍ୟାସିଫିକେସନ ୟୁରିଆ ପ୍ଲାଣ୍ଟ ସ୍ଥାପନ କରାଯାଇଛି। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୧୨.୭ ଲକ୍ଷ ଟନ ରହିଛି। ଏଥିରେ ମୋଟ ୧୩୨୭୭.୨୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories